ନ୍ୟାଶନାଲ କଏର୍ ଇଣ୍ଡଷ୍ଟିରେ ଅଗ୍ନିକାଣ୍ଡ; ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଗଲା
ସାକ୍ଷୀଗୋପାଳ---- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ୩୧୬ନଂର ସାତଶଙ୍ଖ ନିକଟସ୍ଥ ଶିରିଆପୁର ଗ୍ରାମ ସିଡିଛକ ନିକଟସ୍ଥ ନରେନ୍ଦ୍ର ମୋହନ ପାତ୍ରଙ୍କର ନ୍ୟାଶନାଲ କଏର୍ ଇଣ୍ଡଷ୍ଟିରେ ମଙ୍ଗଳବାର ରାତି ୧୧ ଟା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର କତା ପାରୁ, କଡିକା, ଫାଇଭର ସହିତ ବିଭିନ୍ନ ଯନ୍ତ୍ରପାତି ପୋଡି ଯାଇଛି । ପୁରୀ. ପିପିଲି, ସାକ୍ଷୀଗୋପାଳରୁ ଅଗ୍ନିଶମ ବାହୀନି କାଲି ରାତି ୧୧ଟା ଠାରୁ ନିଆଁ ଲିଭାଇବା ପାଇଁ ଉଦ୍ଧ୍ୟମ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ଉକ୍ତ ଦୁଇ ମହଲା ବିଶିଷ୍ଟ ଛାତ ଘରେ ଏତେ ସମୟ ଧରି ନିଆଁ ଜଳିବାରୁ ଉକ୍ତ ଛାତ ଘର ଏବେ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି ବୋଲି କଟକ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବଗ୍ରାହୀ ଘଢ଼େଇ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁ ଜଳୁଛି । ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗପ୍ରତି ନଜର ଦେଇ ଅଧିକ ଅଗ୍ନିଶମ ବାହିନୀ ନିଯୁକ୍ତି କରିବା ପାଇଁ ଶିରିଆପୁର ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି