Breaking News

କରୋନା ଯୋଗୁ ସତ୍ୟବାଦୀରେ ଦ୍ୱିତୀୟ ବାର୍ଷିକ ଲୋକକଳା ଉତ୍ସବ ଫିକା ପଡିଲା

 ସାକ୍ଷୀଗୋପାଳ ------ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଓ ସଟ ଡାଉନ ଜାରି ହୋଇଛି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକରେ ଦ୍ୱିତୀୟ ବାର୍ଷିକ ଲୋକକଳା ଉତ୍ସବ ସତ୍ୟବାଦୀରେ ଫିକା ପଡି ଯାଇଛି । କେବଳ ପାଳନ କରାଯାଇଛି ଡିଜିଟାଲ ମାଧ୍ୟମରେ । ସରକାର ଲୋକକଳା ସ୍ୱୀକୃତି ପ୍ରଦାନ କରିଛନ୍ତି ଗତବର୍ଷ ଠାରୁ । ଆମର ଲୋକକଳା ଭାରତ ବର୍ଷରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଅନ୍ୟ ପକ୍ଷେ ତିନି ମାସ ଧରି କରୋନା କଟକଣା ଲାଗୁ ହେବା ପରଠାରୁ କଳାକାର ମାନେ ସେମାନଙ୍କର କଳା ପ୍ରଦର୍ଶନ କରିବାର ସୁଯୋଗ ପାଉନାହାନ୍ତି । ଯାହା ଫଳରେକି ସେମାନେ ଅର୍ଥ ରୋଜଗାର ହରାଇବାକୁ ପଡିଛି ।  ସତ୍ୟବାଦୀରେ ଅନେକ ଲୋକକଳା ଅନୁଷ୍ଠାନ ରହିଛି ଯାହାକି ଦେଶ ବିଦେଶରେ ଏହି ଅନୁଷ୍ଠାନ ଗୁଡିକର ନାମ ରହିଛି । ମାତ୍ର ସେମାନେ ଏବେ ବି ନିଜ ଗୁରୁଙ୍କ କଳା ଶିକ୍ଷା କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି । ଅନ୍ୟ ପକ୍ଷେ ଲୋକକଳା ଦିବସକୁ ଡିଜିଟାଲ ଭାବେ ପାଳନ କରିଥିବାରୁ କେତେକ କଳାକାର ମାନେ ସହଜରେ ଗ୍ରହଣ କରି ପାରିନଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts