Breaking News

ପ୍ରାଚୀ ମେସିନ ତଳୁ ଚାଷୀଙ୍କୁ ବଞ୍ଚାଇବା କୁ ଉଦ୍ୟମ କଲେ ସରପଞ୍ଚ


ଡେଲାଙ୍ଗ ------ଧାନ ବାଡିଆ ପ୍ରାଚୀ ମେସିନ ତଳୁ ଜଣେ ଚାଷୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ସରପଞ୍ଚ । ଯାହାକୁ ନେଇ ଡେଲାଙ୍ଗରେ ବେଶ ଆଲେଚନା ଚାଲିଛି ।  ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ଥେଣ୍ଟାଣା ଗ୍ରାମ ଗହିରରେ ପ୍ରାଚୀ ମେସିନ ଓଲଟି ପଡିଥିଲା ।  ଚାଷୀ କ୍ଷେତ୍ରମୋହନ ବେହେରା ମେସିନ  ତଳେ ଚାପି ହୋଇ ରହି  ଯାଇଥିଲେ ।  ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା ଓ ଅନ୍ୟ ମାନେ ପହଞ୍ଚି ଚାଷୀ ଶ୍ରୀ ବେହେରାଙ୍କୁ  ଉଦ୍ଦାର କରି ଗୁଆଳିପଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏବଂ ନିଜେ ଆଟେଣ୍ଡାଡା କାର୍ଯ୍ୟ କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡେଲାଙ୍ଗ ମେଡିକାଲକୁ ପଠାଯାଇଛି । ସେ ସମୟରେ କିଛି ଯୁବକ ସରପଞ୍ଚଙ୍କ ଏହି ମହାନତା କାର୍ଯ୍ୟକୁ ଭିଡିଓ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଳ ହୋଇଛି । ଅନ୍ୟ ପକ୍ଷେ ଶ୍ରୀ ବେହେରା ଙ୍କୁ ଡେଲାଙ୍ଗ ମେଡିକାଲ କୁ ପଠାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ମେଡିକାଲ କୁ ପଠାଯାଇଥିଲା ସେଠାରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts