Breaking News

ଭାରତୀୟ ବିଦ୍ୟା ନିକେତନ ବାର୍ଷିକ ଉତ୍ସବ

ବରୀ--- ବରୀ ବ୍ଲକ ଅନ୍ତର୍ଗତ ଅଲ୍ଲିପୁର ପଞ୍ଚାୟତରଭାରତୀୟ ବିଦ୍ୟା ନିକେତନ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜମ୍ବେଶ୍ୱର ନାଥଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଭାବେ  ଡିପିସି ବିଷ୍ଣୁ ଚରଣ ସୁତାର, ସମ୍ମାନୀତ ଅତିଥି  ବିରେନ୍ଦ୍ର କୁମାର ମିଶ୍ର, ସୁଧାଶୁଂ ମୋହନ ପରିଡା,ଚକ୍ରଧର ବାରିକ,ଡଃ ଜ୍ଞାନନ୍ଦ୍ରେ କୁମାର ଧଳ ,ଅଜୟ କୁମାର ନନ୍ଦ,ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ  ରଜନୀକାନ୍ତ ବେହେରା ଅତିଥି ପରିଚୟ ପ୍ରଦାନକରିଥିଲେ । ମୁଖ୍ୟ ବକ୍ତା ବିଇଓ ଅଭୟ କୁମାର ବେହେରା ଯୋଗ ଦେଇ ଶିକ୍ଷା ସହିତ ଖେଳ କସରତର ଆବଶ୍ୟକତା ରହିଛି ବୋଲି କହିଥିଲେ । ବାସୁଦେବ  ମହାରଣ ଓ ରଘୁନାଥ ବେହେରାଙ୍କସ୍ମୃତି ଉଦେଶ୍ୟରେ  ବ୍ଲକ ସ୍ତରୀୟ ,ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।   ମାତୃ ଦିବସ ଅବସରରେ ବିଦ୍ୟାଳୟରେ ଝୋଟି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।  ବିଦ୍ୟାଳୟର କିନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନର ନାଚ ଗୀତ କରାଯାଇଥିଲା ।
ଯାଜପୁର ବରୀରୁ-ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts