Breaking News

ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ଜଳି ଗଲା ଦୋକାନ ଓ ୨ବଖରା ଘର

କୁଜଙ୍ଗ-----  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡତିରା ପଞ୍ଚାୟତ ବନ୍ଧବାଟି ଗ୍ରାମରେ ବିଦ୍ୟୁତ କର୍ମଚାରୀଙ୍କ ଦାୟିତ୍ୱ ହିନତାରୁ ଦୋକାନ ସମେତ ଦୁଇ ବଖରା ଘର ଜଳି ଯାଇଛି । ଗ୍ରାମର ଅମର ସାହୁଙ୍କ ଘର ଉପର ଦେଇ ଏଲଟି ବିଦ୍ୟୁତ ତାର ଯାଇଥିବା ବେଳେ ଜଣେ ବିଦ୍ୟୁତ କର୍ମଚାରୀ ଏହି ତାରରୁ ଅନ୍ୟତ୍ର ବିଦ୍ୟୁତ ସଂଯୋଗ କରୁଥିଲେ । ଏହି ସମୟରେ ବିଦ୍ୟୁତ ତାରରେ ସ୍ପାର୍କଂ ଘଟି ଏକ ପୁରୁଣା କେବୁଲ ତାର ଜଳି ଉଠିଥିଲା । ଏହି ତାରଟି ଘର ଉପରେ ଖସି ପଡିଯିବାରୁ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଘର ସମେତ ପାଖରେ ଥିବା ଜଳଖିଆ ଦୋକାକୁ ନିଆଁ ବ୍ୟାପି ଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସମସ୍ତ ଘର ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଏହି ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି । 
ଜଗତସିହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts