ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ଫୁ କରି ଉଡେଇ ଦେଲେ ସରକାରୀ କର୍ମଚାରୀ।
ପୁରୀ----- ୫ଟିକୁ ଫୁ କରି ଉଡେଇ ଦେଲେ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସରକାରୀ କର୍ମଚାରୀ । ନା ଅଛି ସରକାରି ଛୁଟି ନା ଅଛି କୌଣସି ଜରୁରି କାଳିନ ଛୁଟି ଘୋଷଣା । ଶୁକ୍ରବାର କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ବ୍ଲକର ଅନେକ ବିଭାଗରେବି ତାଲା ଏବଂ ଚେୟାର ଖାଲି । ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ କୃଷ୍ଣପ୍ରସାଦ ବ୍ଲକର କର୍ମଚାରୀଙ୍କର ଖାତିରି ନାହିଁ । ଅଫିସ କାମ ଛାଡ଼ି ଦେଇ ଝାଉଁ ଜଙ୍ଗଲରେ ଚାଲିଛି ବଣ ଭୋଜି ସହ ସମୂଦ୍ରରେ ସ୍ନାନ । କାର୍ଯ୍ୟାଳୟ ଛାଡି ମୈାଜମସ୍ତି କରିବାକୁ ଯାଇଛନ୍ତି ବ୍ଲକର କର୍ମଚାରି ମାନେ। ସରକାରୀ କର୍ମଚାରି ମାନଙ୍କ ପାଖରେ ରହିଛନ୍ତି ଅନେକ ଜନପ୍ରତିନିଧି। ଯାହାକି ସମସ୍ତ ଭିଡିଓ ଲାଗିଛି ଆମ ହାତରେ ,ପିକିନିକି କରୁଛନ୍ତି ସମସ୍ତ ବ୍ଲକ କର୍ମଚାରୀ ସେପଟେ ବ୍ଲକରେ ଝୁଲୁଛି ତାଲା। ଏହି ଘଟଣା ଉପରେ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝୀ କହିଛନ୍ତି ଆମେ ଫ୍ଲିଡି ଓ୍ବାର୍କରେ ଯାଇଥିଲୁ ସେହି ଯାଗାରେ ରୋଷେଇ କରିଥିଲୁ। କିନ୍ତୁ ଏହାକୁ କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ସହଜରେ ହଜମ କରିପାରୁ ନାହାଁନ୍ତି।କିଭଳି ବ୍ଲକରେ ତାଲା ପକାଇ ସମସ୍ତେ ପିକିନିକ୍ କରୁଛନ୍ତି ତାକୁ ନେଇ ସୃଷ୍ଠି ହୋଇଛି ପ୍ରଶ୍ନ। ଦେଖାଯାଉ ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାପାଳ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।