ଏକାଦଶୀ ଯାତ୍ରା କୁ ନଷ୍ଟ କଲା ବିଦ୍ୟୁତ ବିଭାଗ
ସାକ୍ଷୀଗୋପାଳ---- ଗଛର ପତ୍ର ହଲିଲେ ସାକ୍ଷୀଗୋପାଳ ରେ ବିଦ୍ୟୁତ କାଟ । ପଚାରିଲେ ପୁରୀ ରୁ କଟିଛି । ନଚେତ୍ ୩୩କେଭି କାମ ହୋଉଛି । ଫୋନ କଲେ ବହୁ କଷ୍ଟରେ ବାବୁ ମାନେ ଫୋନ ଉଠାନ୍ତି । ଅନ୍ୟ ପକ୍ଷେ ଜିଲ୍ଲା ର ଦୁତୀୟ ଗଣପର୍ବ ଯାତ୍ରା ସାକ୍ଷୀଗୋପାଳ ଅଁଳାନବମୀ । ଆଜି ହୋଉଛି ବଡ଼ ଏକାଦଶୀ । ବାତ୍ୟା ବୁଲବୁଲ ଯୋଗୁଁ କିଛି ସମୟ ଝିପି ବର୍ଷା ହୋଇଥିଲା । ଲୋକମାନେ ଯାତ୍ରା କୁ ଆସିବା କମିଯାଇଥିଲା । ମାତ୍ର ସଂଧ୍ୟାରେ ଲୋକମାନେ ଯାତ୍ରା କୁ ଆସିବା ପାଇଁ ବାହାରିବା ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯାଇଛି । ଏହି ହୋଉଛି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ । ଏତେ ବଡ଼ ଯାତ୍ରା ରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କହିବା କାହାକୁ । କହିଲେ ମୁଁ କଣ କରିବି ଉତ୍ତର ମିଳୁଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି