ବାତ୍ୟା ବୁଲ ବୁଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ
ପୁରୀ ----- ବଙ୍ଗୋପସାଗର ରେ ବାତ୍ୟା ବୁଲ ବୁଲ ପାଇଁ ସବୁ ଆଡେ ସତର୍କତା ଅବଲମ୍ବନ କରାଯାଉଛି। ଓଡିଶା ରେ ଏହାର ପ୍ରଭାବ ପଡି ବାର ନ ଥିଲେ ମଧ୍ୟ ଅତ୍ୟଧିକ ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ପ୍ରସ୍ତୁତି ଜିଲା ପ୍ରଶାସନ କରିଛି। ଜିଲାପାଳ ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ଏକ ବୈଠକ କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ ପୁରୀ ଜିଲା ଉପରେ ବୁଲ ବୁଲ ର ପ୍ରଭାବ ପଡିବ ନାହିଁ। ତେବେ ଅତ୍ୟଧିକ ବର୍ଷା ଆଶଙ୍କା ରହିଥିବା ହେତୁ ଜଳ ବନ୍ଦୀ ପରିସ୍ଥିତି ଯେଭଳି ନ ଉପୁଜେ ସେ ନେଇ ବ୍ୟବସ୍ଥା କରାଯାଇଛି। ସେହିପରି ପବନ ର ବେଗ ୪୦ ରୁ ୯୦ କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ଆଶଙ୍କା ରହିଛି। ଏଣୁ ବିଦ୍ୟୁତ ବ୍ୟବସ୍ଥା ଯେଭଳି ପ୍ରଭାବିତ ନ ହୁଏ ସେ ନେଇ ବ୍ୟବସ୍ଥା ହୋଇଛି। ସେହିପରି ହସପିଟାଲରେ ବିଦ୍ୟୁତ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି। ndrf ଟିମ ମଧ୍ୟ ଜିଲ୍ଲାରେ ରେ ରହିବେ। ସେହିପରି ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ ପଞ୍ଚାୟତ ସ୍ତରରେ ମାଇକ ଯୋଗେ ପ୍ରଚାର କରାଯାଇ ଶୀଘ୍ର ଜମି ରୁ ଫସଲ କାଟି ଆଣି ବାକୁ ସଚେତନ କରାଯାଇଛି । ସେହିପରି ଶୁକ୍ରବାର, ଶନିବାର ବୁଲ ବୁଲ ପ୍ରଭାବ ରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଛୁଟିଘୋଷଣା କରାଯାଇଛି। ସେହିପରି ବାତ୍ୟା ଆଶ୍ରୟ ସ୍ଥଳ କୁ ପ୍ରସ୍ତୁତ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ତେବେ ବାତ୍ୟା ପ୍ରଭାବ ପୁରୀ ଜିଲ୍ଲାରେ ପଡି ବାର ନଥିବା ରୁ ଲୋକ ମାନେ ଭୟ ଭିତ ନ ହେବାକୁ ପୁରୀ ଜିଲାପାଳ ବଲବନ୍ତ ସିଂ କହିଛନ୍ତି। ପୁରୀ ରୁ ଜୟନ୍ତ କୁମାର ସେଠୀ