ସ୍ୱାମୀକୁ ଛାଡି ପତ୍ନୀ ଅନ୍ୟତ୍ର ବିବାହ; ଭରଣ ପୋଷଣ ଟଙ୍କା ଦେଲେ କେସ ରଫାଦଫା ହେବ
ବେଗୁନିଆ---- ସ୍ଥାନୀୟ ହରିଜନ ସାହିର ସୁରଥ ନାୟଙ୍କ ସାନପୁଅ କୃଷ୍ଣ କେଶବ ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତ ଅନ୍ତର୍ଗତ ଡିହ ଖଉରୁଣୀ ଗ୍ରାମର ଅମିନ ନାୟକଙ୍କ ଝିଅ ବିନିତାଙ୍କୁ ଗତ ୨୦୧୮ ମସିହାରେ ବୈଦିକ ରିତୀରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ବିନିତାର ଚାଳିଚଳନକୁ ସୁରଥଙ୍କ ମଧ୍ୟରେ କଳହ ଲାଗିଥିଲା । ଏ ନେଇ ବିନିତା ବେଗୁନିଆ ଥାନାରେ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ନାମରେ ଏକ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ । ଯାହା ଏବେ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ବିଚାରଧିନ ଅଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲେଖନପୁର ଗ୍ରାମର ସୁଧିର ନାୟକଙ୍କ ବଡପୁଅ ନିରଞନଙ୍କୁ ଗତ ୨୦୧୯ ମସିହା ଜୁଲାଇ ମାସରେ ବିନତା ନଖରାସ୍ଥିତ ଏକ ମନ୍ଦିରରେ ବୈଦିକ ରିତୀରେ ବିବାହ କରି ଚୌଦ୍ୱାର ଠାରେ ରହି ଆସୁଛନ୍ତି । ଏହି ଘଟଣା ଜାଣିବା ପରେ କୃଷ୍ଣ ଚୌଦ୍ୱାର ଥାନାରେ ୨୨ ସେପ୍ଟେମ୍ବରରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉପସ୍ଥିତିରେ ବିନିତା ପୂର୍ବରୁ କରିଥିବା କେଶ ପ୍ରତ୍ୟାହାର କରିବା ସହ ଛାଡପତ୍ର ପାଇଁ ଆବେଦନ କରିବେ ବୋଲି ନିଷ୍ପତି ପତ୍ର ଲେଖା ହୋଇଥିଲା । କିନ୍ତୁ ବିନିତା କେଶ ପ୍ରତ୍ୟାହାର କରିବା ଦୂରର କଥା ଭରଣ ପୋଷଣ ବାବଦକୁ ଅର୍ଥରାଶି ପ୍ରଦାନ କଲେ ମୋକଦ୍ଦମା ସମାଧାନ କରିବେ ବୋଲି କହିଛନ୍ତି । ସ୍ୱାମୀ କେଶବ ଓ ତାଙ୍କ ପରିବାର ଲୋକମାନେ ନିରୁପାୟ ହୋଇ ଉଚିତ ନ୍ୟାୟ ପାଇବା ଆଶାରେ କୋର୍ଟର ଆଦେଶକୁ ଚାହିଁ ବସିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା