Breaking News

ପାଣିରେ ବୁଡି ଛାତ୍ରର ମୃତ

ବେଗୁନିଆ--- ବେଗୁନିଆ  ବ୍ଲକ ଅନ୍ତର୍ଗତ  ବାଘମାରୀ  ଆଦିବାସୀ ସାହିର ଜଣେ ୮ ବର୍ଷର ଛାତ୍ର ପାଣିରେ ବୁଡି ମୃତ୍ୟୁ ଘଟିଛି । ଏ ନେଇ  ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ବାଘମାରୀ ଥାନା ଅଧିକାରୀ ପ୍ରଣୀତା ପଟ୍ଟନାୟକଙ୍କ ଠାରୁ ପ୍ରକାଶ  । ସୂଚନାରୁ ପ୍ରକାଶ ଯେ ସିରିଆ ସେଠୀଙ୍କ ପୁଅ   ବାଘମାରୀ ରଘୁନାଥ ଦେବ  ନୋଡାଲ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର  ସମୀର(ଲିଟୁ) ସେଠୀ(୮)   ।  ବୁଧବାର ସନ୍ଧ୍ୟାରେ  ସାଙ୍ଗସାଥିଙ୍କ ସହ ଖେଳସାରି  ନିକଟସ୍ଥ ଏକ ଚୁଆକୁ ଶୌଚ ପାଇଁ   ଯାଇଥିଲେ । ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାରର ସଦସ୍ୟମାନେ  ବହୁ ଖୋଜାଖୋଜି ପରେ ଚୁଆରୁ ତାଙ୍କ ମୃତଶରୀରକୁ ଉଦ୍ଧାର କରିଥିଲେ । ବାଘମାରୀ ପୋଲିସ  ଏକ ଅପମୃତ୍ୟୁ ମାମଲା ରୁଜୁ କରି   ଖୋର୍ଦ୍ଧା ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ୍ଦ ପାଇଁ  ପଠାଇଥିଲା । ଆଜି ତାଙ୍କ ଶବ ବ୍ୟବଚ୍ଛେଦ୍ଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts