 |
Baragarh |
ବରଗଡ---- କଥାରେ ଅଛି ନଡା ଏକାଠି ହେବାରୁ ଇନ୍ଦ୍ର ଦେବତା ହାର ମାନିଥିଲେ । ସେହି ନଡା ଉତ୍ପାଦନ କରୁଥିବା ଚାଷୀଙ୍କ ପାଖରେ ଆଜି ରାତିରେ ହାର ମାନିଛି ପ୍ରଶାସନ । ଚାଷୀ ସଂଗଠନ ଓ ଚାଷୀ ନେତା ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଦୁବାଦ ଜଣାଇଛନ୍ତି । ବିଶେଷ କରି ମୁଖ୍ୟମନ୍ତ୍ରୀ ପ୍ରମାଣ କରି ଦେଇଛନ୍ତି ଯେ ଏ ସରକାର ଚାଷୀର ସରକାର । ଆଜିକୁ ତିନି ଦିନ ହେବ ବରଗଡ ଜିଲ୍ଲାର ଗୋଡଭଗା ସ୍ଥିତ ରାଜ ରାସ୍ତାରେ ଧାନ ବସ୍ତା ଗଦାଇ ଚାଷୀ ମାନେ ସେମାନଙ୍କର ଦାବି ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ଆଜି ସମଲେଶ୍ୱରୀ ମନ୍ଦିର ନିକଟରେ ଯାଇଥିବା ୫୩ନଂ ଜାତୀୟ ରାଜପଥ ଉପରେ ଶହ ଶହ ଧାନ ବସ୍ତା ଗଦାରବା ଯୋଗୁ ରାସ୍ତାର ଉଭୟପାଶ୍ୱର୍ରେ ଶହ ଶହ ଗାଡି ମଟର ଲମ୍ବାଧାଡିରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଲାଗି ରହିଥିଲା । ଶେଷରେ ବରଗଡ ଜିଲ୍ଲାପାଳ ଜ୍ୟେତି ରଞ୍ଜନ ପ୍ରଧାନ ଓ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଚାଷୀଙ୍କ ନେତାଙ୍କ ସହ ଆଲେଚନା କାରିଥିଲେ ମଧ୍ୟ ଆଲେଚନା ବିଫଳ ହୋଇଥିଲା । ପରେ ପରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଡିଆଇଛି ସମ୍ବଲପୁର , ବରଗଡ ଏସ ପି ପଦ୍ମନୀ ସାହୁ , ବରଗଡ ବିଧାୟକ ଦେବେଶ ଅଚାର୍ଯ୍ୟ ଚାଷୀ ଓ ଚାଷୀ ନେତା ମାନଙ୍କ ସହ ଆଲେଚନା କରିଥିଲେ । ପ୍ରଥମେ ଟୋକନ ବ୍ୟବସ୍ଥା ବନ୍ଦ ରହିଲା, ରାସ୍ତାରେ ପଡିଥିବା ଧାନ ବସ୍ତା ସଙ୍ଗେ ସଙ୍ଗେ ମିଲରଙ୍କ ଦ୍ୱାରା ଉଠାଣ, ଧାନମଣ୍ଡିକୁ ଯେତେ ପରିମାଣର ଧାନ ଆସିବ ତୁରନ୍ତ ସେ ଗୁଡିକ ଉଠାଣ ପାଇଁ ଜିଲ୍ଲା ପ୍ରଶାସନ ଓ ବିଧାୟ. ମନ୍ତୀ ସ୍ୱତନ୍ତ ନଜର ଦେବେ ବୋଲି କହିଥିଲେ । ଏହା ସହିତ ଯେଉଁପରି ଭାବରେ ଧାନ ବିକ୍ରୟ କରାଯାଉଥିଲା ସେହି ଅନୁଯାୟୀ କାର୍ଯ୍ୟ କରାଯିବ । ବିଶେଷ କରି ହୀରାକୁଦ ଜଳ ସେଚିତ ଅଞ୍ଚଳ ପ୍ରତି ଆଗାମୀ ଦିନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ ଆଲେଚନା ପରେ ଚାଷୀ ମାନେ ଆନ୍ଦୋନ ପ୍ରତ୍ୟାହାର କରାଗଲା ବୋଲି ଚାଷୀ ନେତା ଟିକେଲାଲ ମିଶ୍ର ଓ ଓଡିଶା କୃଷକ ସଙ୍ଗଠନ ଅତାବିରା ବ୍ଳକ ଉପ ସଭାପତି ବିରେନ୍ଦ୍ର କର ଘୋଷଣା କରିଥିଲେ । ଏବଂ ପ୍ରଶାସନ ରାସ୍ତା ଉପରେ ଗଦା ହୋଇଥିବା ଧାନ ବସ୍ତା ଗୁଡିକ ସଙ୍ଗେ ସଙ୍ଗେ ମିଲରଙ୍କ ଦ୍ୱାରା ଉଠାଣ କରିଥିଲେ । ଚାଷୀମାନେ ଜୟ ଜବାନ ଜୟ କିଷାନ, ଡାକରା ଦେବା ସହ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ, ଶ୍ରମମନ୍ତ୍ରୀ ଜିନ୍ଦାବାଦ ଓ ବିଧାୟକ ଜିନ୍ଦାବଦ ନାରାବାଜି ଦେଇଥିଲେ ।
ବରଗଡରୁ ନବୀନ କୁମାର ଦାଶଙ୍କ ରିର୍ପୋଟ