Breaking News

ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡିଛନ୍ତି ଅସହାୟ ବୃଦ୍ଧା


 N das
Baragarh
ବରଗଡ--- ବରଗଡ ଜିଲ୍ଲାର ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜଣେ ଅସହାୟ ବୃଦ୍ଧା ମହିଳା ଖୋଲା ଆକାଶ ତଳେ ପଡି ରହିଛନ୍ତି । ତାଙ୍କୁ ନାମ ଓ ଠିକଣା ପଚାରିଲେ ସେ କହନ୍ତି ପାଟଣା ଗଡର ପଲ୍ଲାସ ଲୁହା ବୋଲି କହନ୍ତି । ତାଙ୍କର ସମ୍ପତି ବୋଲି ଦୁଇଟି ଷ୍ଟିଲ ଗିନା ଓ ଗୋଟିଏ ପାଣି ବୋତଲ । ଶୁଣିବାକୁ ମିଳୁଛି ଯେ ଏକ ୧୦୮ ଆମ୍ବୁଲାନସ ଆଣିକି ଏଠାରେ ଛାଡି ଦେଇ ଯାଇଛନ୍ତି । ବୃଦ୍ଧା ଜଣଙ୍କ ଭୋକ ଉପାସରେ ଏଠାରେ ପଡି ରହିଛନ୍ତି ।

ରାଜ୍ୟ ସରକାର ୫ଟି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗକୁ ସାମିଲ କରିଛି । ମାତ୍ର ଏହି ଅସହାୟ ଗରିବ ଲୋକ ମାନଙ୍କ ପାଇଁ ୫ଟି ଯୋଜନା ନାହିଁ ବୋଲି ଅତାବିରା ବୁଦ୍ଦଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ତୁରନ୍ତ ଜିଲ୍ଲାପାଳ ଏହି ବୃଦ୍ଧାଙ୍କୁ ଚିକିତ୍ସା କରିବାର ବନ୍ଦେବସ୍ଥ କରିବା ସହ ପରିଚୟ ସନ୍ଧାନ ପାଇଁ ଅତାବିରା ପୋଲିସକୁ ନିର୍ଦ୍ଦେଶ ଦେବାକୁ ଜନସାଧାରଣରେ ନିବଦେନ କରାଯାଇଛି  ।
ବରଗଡରୁ ନବୀନ କୁମାର ଦାଶଙ୍କ ରିପୋର୍ଟ 

Blog Archive

Popular Posts