ପ୍ରଧାନଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ,
ବରଗଡ଼------ ବରଗଡ଼ ବ୍ଲକ ତାଳଶ୍ରୀଗିଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏପରି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କେବେ ଦେଖିବାକୁ ମିଳିନଥିଲା । ବିଧାୟକ ନିର୍ବାଚିତ ହୋଇଥିଲା ପରି ଲାଗୁଥିଲା । ପ୍ରାୟ ତିନି ହଜାର ଲୋକ ସମାଗମ ହୋଇଥିଲା। ବିଦ୍ୟାଳୟର ପ୍ରଥମ ସଭାପତି ଡ଼ ସୁବଳ କିଶୋର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୁର୍ବତନ ସରପଞ୍ଚ ଶ୍ରୀ ଘାସିରାମ ବେହେରା,ପ୍ରଥମ ସମ୍ପାଦକ ଗିରଧାରୀ ସାହୁ,ବର୍ତ୍ତମାନର ପ୍ରଧାନଶିକ୍ଷକ ଭୁବନେଶ୍ୱର ସାହୁ,ଛାତ୍ର ସଭାପତି ସୁଦାମ ଚରଣ ମିଶ୍ର ଓ ନରେଶ ରାଜହଂସ ଯୋଗ ଦେଇଥିଲେ । ଦୀର୍ଘ ୩୨ ବର୍ଷ ଧରି ତାଲଶ୍ରୀଗିଡା ଉଚ୍ଚ ବିଦ୍ୟାଲୟରେ ଚାକିରୀ କରି ଅବସର ଗ୍ରହଣ କରିଥିବା ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଦ୍ୟାଳୟର ୩୦ ଟି ବ୍ୟାଚ ର ଛାତ୍ରଛାତ୍ରୀ,ଶିକ୍ଷକ ବୃନ୍ଦ,ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଗୌରୀଶଙ୍କର ପଣ୍ଡା, ଜଗଦୀଶ ବେହେରା ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ଅଶୋକ ମିଶ୍ରଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ।ପରେ ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରାଯାଇ ଶ୍ରୀ ପ୍ରଧାନଙ୍କୁ ତାଙ୍କ କୁଳୁଣ୍ଡା ସ୍ଥିତ ବାସଭବନକୁ ପାଛୋଟି ନିଆଯାଇଥିଲା।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ