Breaking News

ଡେଲାଙ୍ଗରେ ବ୍ଳକ ସ୍ତରୀୟ ଜନଶୁଣାଣି , ଅଭିଯୋଗ ଶୁନ୍ୟ

ଡେଲାଙ୍ଗ---  ଡେଲାଙ୍ଗ ବ୍ଳକ ପରିସରରେ ଜିଲ୍ଲା ପ୍ରଶାସନ ଜନ ଶୁଣାଣି କରୁଥିବା ବେଳେ ସେହି ଦିନ ଅନ୍ୟ  ପଟେ ବିଧାୟକଙ୍କର ଜନଶୁଣାଣି ଚାଲିଥିଲା  । ଜିଲ୍ଲା  ଓ ବ୍ଳକ ପ୍ରଶାସନ କରୁଥିବା ଜନଶୁଣାଣିରେ କେହିବି ଜଣେ ଅଭିଯୋଗ କରିବାକୁ ନ ଥିଲେ  ।  ବିଧାୟକଙ୍କର ଜନଶୁଣାଣିରେ ୯୮ଟି ଅଭିଯୋଗ ବିଭିନ୍ନ ପଞ୍ଚାୟତରୁ ଆସିଥିଲା  ।  ସୁଚନାଯୋଗ୍ୟ ଯେ   ପିଡିଙ୍କର ଜନଶୁଣାଣି ଡେଲାଙ୍ଗ ବ୍ଳକରେ ଶନିବାର ଦିନ  ଥିଲା  । ମାତ୍ର କେତେକ କାରଣ ନେଇ ପିଡି  ନ ଆସି ପାରିବାରୁ ତାଙ୍କ ପ୍ରତିନିଧି ଭାବେ ଜିଲ୍ଲା ପ୍ରେଗାମ ଅଫିସର କୈଳାସ ରାଉତ ଓ ଜିଲ୍ଲା ସୋସିଆଲ ଅଡିଟର ଜନଶୁଣାଣି ଶିବିରରେ ଯୋଗଦେଇଥିଲେ  । ବ୍ଳକର ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଅଭିଯୋଗ କରିବା ପାଇଁ ଜଣେ ମଧ୍ୟ ଜନସାଧାରଣ ଉପସ୍ଥିତ ନ ଥିଲେ  । ଏହି ଶିବିରରେ ବ୍ଳକ ବିଡିଓ କ୍ଷୀରୋଦ ପ୍ରଧାନ, ଏବିଡିଓ ପ୍ରଦୀପ୍ତ ନାୟକ, ବ୍ଳକ ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହିତ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ  । ବ୍ଳକ ସ୍ତରୀୟ ଜନଶୁଣାଣି ରେ ଜଣେ ମଧ୍ୟ ଅଭିଯୋଗ ନ କରିବା ଘଟଣାକୁ ଡେଲାଙ୍ଗ ଜନସାଧାରଣ ନାପସନ୍ଦ କରିଛନ୍ତି । ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣରେ ଦାବୀ ହେଉଛି । ଅନ୍ୟ ପକ୍ଷେ ବିଧାୟକ ପ୍ରଦୀପ ମହାରଥୀଙ୍କର ପାଳି ଅନୁଯାୟୀ  ବ୍ଳକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଜନଶୁଣାଣିରେ ପ୍ରାୟ ଶହେଟି ବିଭିନ୍ନ ବିଭାଗରୁ ଅଭିଯୋଗ ଆସିଥିବା ବେଳେ ବ୍ଳକ ସ୍ତରୀୟ ଜନଶୁଣାଣିରେ ଜଣେ ମଧ୍ୟ ଅଭିଯୋଗ ନ କରିବା ଆଚମ୍ବିତ କରିଛି  । ବିଧାୟକଙ୍କ ଜନଶୁଣାଣିରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  ।
delanga re block stariya jana sunani abhijoga sunya
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
sakhigopal news
satyabadi news
delanga news

Blog Archive

Popular Posts