Breaking News

ନୂଆଗାଁ ହାଇସ୍କୁଲର ପ୍ରତିଷ୍ଠା ଦିବସ nuagaon high school inauguration day

କୋଣାର୍କ---  କୋଣାର୍କ ନିକଟ ନୂଆଗାଁସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ୨୨ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ  ବିଦ୍ୟାଳୟର ପ୍ରତିଷ୍ଠାତା କାର୍ତ୍ତିକେଶ୍ୱର ସାହୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ।  ବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠାତା କାର୍ତ୍ତିକେଶ୍ୱର ସାହୁଙ୍କର ୯୩ତମ ଜୟନ୍ତୀ ପାଳନ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସମାଜସେବୀ ନିରଂଜନ ସାହୁ ଅଧ୍ୟକ୍ଷତା କରିଥିଲେ  ।  କୋଣାର୍କର ଅଧ୍ୟକ୍ଷ ଡି.ମାଲେଶ୍ୱର ରାଓ ମୁଖ୍ୟ ଅତିଥି ଏବଂ ଭୈରବ ନୋଡାଲ ୟୁପିଏସ୍ କ୍ଲଷ୍ଟରର ସିଆରସିସି ମୁଖ୍ୟବକ୍ତା ରୁପେ  ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ  ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଂପାଦକ ପୂର୍ଣ୍ଣଚନ୍ଦ୍ର ଲେଙ୍କା, ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ବାରିକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ତ୍ରିପାଠୀ, ସହକାରୀ ଶିକ୍ଷୟିତ୍ରୀ କେ.ବାସନ୍ତୀ ପ୍ରମୁଖ  ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । । ବିଦ୍ୟାଥୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଏହି ଉତ୍ସବକୁ ସହକାରୀ ଶିକ୍ଷକ ରାମକୃଷ୍ଣ ମହାନ୍ତି ସଂଯୋଜନା କରିଥିଲେ । ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ  ।
କୋଣାର୍କରୁ ଅଜିତ କୁମାର ମଲିକ
sakhigopal news satyabadi news konark news
nuagaon high school inauguration day
sakhigopal news
satyabadi news
konark news

Blog Archive

Popular Posts