 |
Atabira NAC katrupakhya nutana safei karmachari nijukti kale |
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଏନଏସି କତୃପକ୍ଷ ଓଡିଶା ମଧ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସବୁ ବେଳେ ଆଗରେ । ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ଅଳିଆ ଗାଦା ପାଦଡ ପରି ଗଦା ହୋଇଛି । ରାସ୍ତା କରରେ ଏନଏସି କତୃପକ୍ଷ ବଜ୍ୟବସ୍ତୁ ଗଦାଇ ଓଡିଶାରେ ବେଶ ସୁନାମ ଆଣିଛନ୍ତି । ଏହାକୁ ଆଉଟିକେ ଆଗକୁ ନେବା ପାଇଁ ଏନଏସି କତୃପକ୍ଷ ନୂତନ ସଫେଇ କର୍ମଚାରୀ ନିଯୁକ୍ତି କରିଛନ୍ତି । ଯେଉଁ କର୍ମଚାରୀ ନିଯୁକ୍ତି ହୋଇଛନ୍ତି ସେମାନଙ୍କର ଦରମା ନାହିଁ । ମାତ୍ର ଏନଏସି କାଗଜ ପତ୍ରରେ ଦରମା ହେବ ବୋଲି ଜନସାଧାରଣରେ ବେଶ ଆଲେଚନା ହେଉଛି । ସୁଚନାଯୋଗ୍ୟ ଯେ ଅତାବିରା ଜାତୀୟ ରାଜପଥ ୫୩ନଂ କରରେ ଏନଏସି କତୃପକ୍ଷ ଡଷ୍ଟବିନ ଗୁଡିକ ଥୋଇ ଦେଇଛନ୍ତି । ମାତ୍ର ତାହା ପ୍ରତିଦିନ ସଫେଇ କରାଯାଉ ନାହିଁ । ଯାହା ଫଳରେକି ବୁଲା ଗାଇ ଗୋରୁ ଷଣ୍ଢ ମାନେ ଉକ୍ତ ଡଷ୍ଟବିନ ଗୁଡିକ ଗଡେଇ ତା ମଧ୍ୟରେ ଥିବା ସେମାନଙ୍କର ଖାଦ୍ୟ ସଂଗ୍ରହ କରୁଛନ୍ତି । ଯାହା ଫଳରେକି ଦୁର୍ଘଟଣା କେଉଁ ସମୟରେ ଘଟିବ ତାହା କେହି କହି ପାରିବେ ନାହିଁ ବୋଲି ଲୋକମାନେ କହନ୍ତି । ତୁରନ୍ତ ଏ ଦିଗପ୍ରତି ବରଗଡ ଜିଲ୍ଲାପାଳନଜର ଦେବାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ଜନସାଧାରଣ ନିବେଦନ କରିଛନ୍ତି ।
ବରଗଡରୁ ନବୀନ ଦାଶଙ୍କ ରିପୋର୍ଟ
sakhigopal news,
satyabadi news,
atabira news,