Breaking News

ବ୍ୟାଙ୍କ ଅଛି, କର୍ମଚାରୀ ଅଛନ୍ତି, ମାତ୍ର ଟଙ୍କା ନାହିଁ

ସାକ୍ଷୀଗୋପାଳ -------- ପୁରୀ ଜିଲ୍ଲାରେ ସମବାୟ ବ୍ୟଙ୍କ ଜରିଆରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀ, ବେକାର ଯୁବକ, ଯୁବତୀ ଓ ମହିଳା ଗୋଷ୍ଠୀଙ୍କୁ ଅର୍ଥ ଲଗାଣ କରି ସମବାୟ ବ୍ୟାଙ୍କ ବେଶ ସୁନାମ ଅର୍ଜନ କରିଛିି । ମାତ୍ର ସତ୍ୟବାଦୀ ଶାଖାରେ ଠିକ ଏହାର ଓଲଟା ଦେଖିବାକୁ ମିଳିଛି । ଏଠାରେ ବ୍ୟାଙ୍କ ଅଛି, କର୍ମଚାରୀ ଅଛନ୍ତି ଓ ଗ୍ରାହକ ଅଛନ୍ତି ହେଲେ ସେମାନଙ୍କ ପାଇଁ ଟଙ୍କା ନାହିଁ  । ଏପରିକି ବ୍ୟାଙ୍କରେ ଟଙ୍କା ଥୋଇଥିବା ଗ୍ରାହକ ଦିନକୁ ୨ହଜାର ଟଙ୍କା ଉଠାଉଛି  । ଏହି ଅବସ୍ଥାରେ  ସମ୍ମଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପୁରୀ ସତ୍ୟବାଦୀ ଶାଖାରେ ଗ୍ରାହକଙ୍କ ସଂଖ୍ୟା ଅନୁସାରେ ଅର୍ଥ ଯୋଗାଣ ହେଉନାହିଁ ବୋଲି ଗ୍ରାହକ ମାନେ କହିଛନ୍ତି । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏହି ବ୍ୟାଙ୍କଟି ଘର ଭଡା ନେଇ ବ୍ୟାଙ୍କ ଖୋଲିଛି । ଏହି ବ୍ୟାଙ୍କରେ ସତ୍ୟବାଦୀ ବ୍ଳକର ୨୪ଟି ଗ୍ରାମ ପଞ୍ଚାୟତର ୧୬ ଗୋଟି ସମବାୟ ସମିତି ଅଧିନରେ ପ୍ରାୟ ୨୦ ହଜାର ଗ୍ରାହକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ହଜାର ସମବାୟ ସମିତିରୁ ବିଭିନ୍ନ ଯୋଜନାରେ ଋଣ ନେଇଛନ୍ତି । ଅନ୍ୟପକ୍ଷେ ବାତ୍ୟାରେ ଘରଭଙ୍ଗା ଅର୍ଥ, କାଳିଆ ଯୋଜନା, ନଡିଆଗଛ ପଇସା, ଋଣଛାଡ ସହିତ ଶସ୍ୟବୀମା ରାଶି ଏଠାରେ ଥିବା ଆକାଉଣ୍ଟକୁ ସରକାର ଛାଡି ଛନ୍ତି । ମାତ୍ର ବ୍ୟାଙ୍କ କତୃପକ୍ଷ ସତ୍ୟବାଦୀ ଶାଖାକୁ ସପ୍ତାହକୁ ମାତ୍ର ୨୦ ଲକ୍ଷ ଟଙ୍କା ଦେଉଛନ୍ତି । ଯେଉଁଠିକି ଦିନକୁ ୨୦ ଲକ୍ଷ ଟଙ୍କା ଦରକାର ସେଠାରେ ସାତଦିନକୁ ୨୦ ଲକ୍ଷ ଟଙ୍କା ଦେଲେ ଆମେ କ’ଣ କରିବୁ ବୋଲି ଜଣେ ବ୍ୟାଙ୍କର କର୍ମଚାରୀ ନିଜ ନାମ ଗୋପନ ରଖି କହନ୍ତି । ଏଥିଯୋଗୁ ଅନେକ ସମୟରେ ଲୋକମାନଙ୍କ ଠାରୁ ବକାବନାରୁ ରକ୍ଷା ପାଇବା ପାଇଁ ସିଟ ଛାଡି ବାହାରେ ଲୁଚିକି ବସିବାକୁ ପଡୁଛି । କୌଣସି ସମବାୟ ସମିତିର ସମ୍ପାଦକ ଋଣ ଟଙ୍କା ଡିପୋଜିଟ କରିବାକୁ ଆସିଲେ  ଆମେ ସେହି ଟଙ୍କାକୁ ବାଣ୍ଟିକି ଦେଉଛୁ । ସତ୍ୟବାଦୀରେ ଅନ୍ୟ ସମସ୍ତ ବ୍ୟାଙ୍କରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଲମ୍ବାଧାଡି ଲାଗିଥିବା ବେଳେ ଏଠାରେ କାଉ ଉଡୁଥିବାର ଦେଖାଯାଉଛି ।  ଯାହାକି ସମବାୟ ପରିଚାଳନା ଓ ଅଧିକାରୀ ମାନେ ଏହି ସଂସ୍ଥା ଠାରୁ ଲୋକମାନଙ୍କୁ ଦୂରେଇ ରଖିବା ପାଇଁ ଉଦ୍ଦ୍ୟମ କରାଯାଉଛି ବୋଲି ହିତାଧିକାରୀ ମାନେ କହନ୍ତି । ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ତୁରନ୍ତ ନଜର ଦେବାକୁ ଗଜନସାଧାରଣରେ ଦାବି ହେଉଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
D Senapati

Blog Archive

Popular Posts