Breaking News

ଶ୍ରୀରାମ ଚରିତ ମାନସ ପାଠ

ସାକ୍ଷୀଗୋପାଳ ------ସତ୍ୟବାଦୀ ବ୍ଳକର ମହୁରା  ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ୧୪ ତମଶ୍ରୀରାମ ଚରିତ ମାନସ ପାଠ ଓ ପ୍ରବଚନର ପୂର୍ଣ୍ଣାହୂତି ଗୁରୁବାର ଅପରାହ୍ନରେ ଶେଷ  ହୋଇଯାଇଛି । ଏହି ଅବସରରେ ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମ ଚରିତ ମାନସ, ପ୍ରବଚନ,ହନୁମାନ ଚାଳିଶା, ଭଜନ , ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା  । ବ୍ୟାସ ଭାବେ କଣ୍ଠଶିଳ୍ପୀ ରାମଚନ୍ଦ୍ର ମିଶ୍ର, ପ୍ରବକ୍ତା ପଣ୍ଡିତ ଅଯୋଧ୍ୟା ଦାସଜୀ ମହାରଜା , ପଣ୍ଡିତ ଗୁରୁ ପ୍ରସାଦ ମହାପାତ୍ର,  ରବି ନାରାୟଣ ପଣ୍ଡା, ସୂର୍ଯ୍ୟକାନ୍ତ ରଥଶର୍ମା, କୈଳାସ ପଣ୍ଡା ପ୍ରମୁଖ ପ୍ରବଚନ ଦେଇଥିଲେ  । ରବିନ୍ଦ୍ର ପରିଡା, ସନ୍ତୋଷ ପରିଡା, ଅମିନ ପରିଡା ବାଦ୍ୟକାର ଭାବେ  ସହଯୋଗ କରିଥିଲେ  । ଏହି ଅବସରରେ ଗ୍ରାମରେ ସମସ୍ତ ପରିବାରଙ୍କ ଘର ଆଗରେ କଳସ ଓ ଦୀପ ସ୍ଥାପନ କରାଯାଇଥିଲା  । ବାଗଲପୁର ଗ୍ରାମବାସୀ ମାନେ ସମସ୍ତ ସହଯୋଗ କରିଥିଲେ  ।
 D Senapati
Sakhigopal 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts