Breaking News

ସରକନ୍ତରାରେ ବାପ, ପୁଅଙ୍କୁ ଗୁଳିମାଡ଼: ପୁଅ ମୃତ

ଭୁବନେଶ୍ୱର: ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ । ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ବାପ ପୁଅଙ୍କୁ ଗୁଳିମାଡ଼ । ଭୁବନେଶ୍ୱର ସରକନ୍ତରାର ଅଭିମନ୍ୟୁ ଜେନା ଓ ତାଙ୍କ ପୁଅ ଅନିଲ ଜେନାଙ୍କୁ ଗୁଳିମାଡ଼ ହୋଇଥିବାବେଳେ ଅନିଲଙ୍କ ମୃତ୍ୟୁ ହୋଇଛି।  ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ଏହି ଗୁଳିକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ।  ଗୁଳିକାଣ୍ଡ ଘଟଣା ପରେ  ଗାଁରେ ବର୍ତ୍ତମାନ ଚାପା ଉତ୍ତେଜନା ଦେଖାଦେଇଛି।
 ଧୀରେନ୍ଦ୍ର ସେନାପତି 

Blog Archive