 |
Sakhigopal |
ସାକ୍ଷୀଗୋପାଳ------ ଲୋକଙ୍କ ପାଖରେ କିପରି ଆଇନ ପହଞ୍ଚିବ ସେ ନେଇ ରାଜ୍ୟ ସରକାର ଓ ନ୍ୟାୟଳୟ ମାନଙ୍କ ପକ୍ଷରୁ ବିଭିନ୍ନ ଦିନରେ ବିଭିନ୍ନ ସ୍ଥାନରେ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ କରାଯାଉଛି । ସାକ୍ଷୀଗୋପାଳ ପବିତ୍ର ଅଁଳାନବମୀ ଅବସରରେ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚ ରେ ଚାରିଦିନ ଧରି ଶ୍ରୀରାଧା ଉତ୍ସବ ଅନୁଷ୍ଠିତ ହୋଇଛି । ଦୁତୀୟ ସଂଧ୍ୟାରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚ୍ଚିବ ଅମରେଶ ମହାପାତ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୁଦର୍ଶନ ରାୟ ଉପସ୍ଥିତ ରହିଥିଲେ । ବିଶେଷ କରି ପାଲା ମାଧ୍ୟମରେ ଉପସ୍ଥିତ ଥିବା ଲୋକମାନଙ୍କୁ ଆଇନ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାକ୍ଷୀଗୋପାଳର ସିଂହବାହନୀ ଗୋଟିପୁଅ ଅନୁଷ୍ଠାନ ପକ୍ଷରୁ ନୃତ୍ୟୁ, ମଙ୍ଗଳପୁର ଝିଲିମିଲି ଚଇତାଲି ଲୋକନୃତ୍ୟ ପରେ ପରେ ଭଜନ ସଂଗୀତ ପରିବେଷଣ କରାଯାଇଥିଲା । ଆଲୋକ ଖୁଣ୍ଠିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି