 |
Delang |
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ମହତାବ ଉଚ୍ଚ ବିଦ୍ୟାଳୟ ପାଖରେ ଭୋବନି ବିଶ୍ୱାଳଙ୍କ ଘରୁ ଆଜି ଅପରାହ୍ନରେ ଏକ ବିଷାକ୍ତ ନାଗ ସାପ ଧରାଯାଇଛି । ସୁଚନା ଯୋଗ୍ୟ ଯେ ପରିବାର ଲୋକମାନେ ନାଗ ସାପ ଘରେ ପଶିଥିବା ଜାଣି ପାରି ତୁରନ୍ତ ସାପ ଧରାଳି ବେରବୋଇ ଉଦୟପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କୁ ଫୋନ ମାଧ୍ୟମରେ ଖବର ଦେଇଥିଲେ । । ଖବର ପାଇ ସେ ସଙ୍ଗେ ସଙ୍ଗେ ଭୋବନିଙ୍କ ଘରେ ପହଞ୍ଚି ନାଗସାପଟିକୁ ଧରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ମାତ୍ର ତାଙ୍କର ଦୁଖଃ ଅନେକ ସାପ ଧରିଲେନି ମାତ୍ର ତାଙ୍କୁ ସରକାର ବା ଜଙ୍ଘଲ ବିଭାଗ ପକ୍ଷରୁ ସାପ ଧରିବା ପାଇଁ ବାଡି, ବ୍ୟାଗ କିଛି ସାହାର୍ଯ୍ୟ ମିଳନାହିଁ ବୋଲି ଶ୍ରୀ ପ୍ରଧାନ କହନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି