Breaking News

ଜଗନ୍ନାଥଙ୍କ ପରମ ଭକ୍ତ ଦାସିଆଙ୍କ ଜନ୍ମ ଉତ୍ସବ ପାଳିତ

ପିପିଲି  ----- କାର୍ତ୍ତିକ ଶୁକ୍ଳପକ୍ଷ ବଡ ଏକାଦଶୀ ତିଥିରେ ବାଲିଗାଁ ଦାସିଆପୀଠ ପରିସରରେ ଶୁକ୍ରବାର ଦିନ ଜଗନ୍ନାଥଙ୍କ ପରମ ଭକ୍ତ ସିରୋମଣି ଦାସିଆ ବାଉରିଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି  । ଏଥିଯୋଗୁ ପୀଠ ଚଳଚଞ୍ଚଳ ସହ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି  ।  ରାଧାମୋହନ ମଠ ଓ ସମ୍ମୁଖରେ ଥିବା ଜଗନ୍ନାଥ ମନ୍ଦିରର ପ୍ରତିଦିନ ଭଳି ସମସ୍ତ  ଦେବନୀତି ସରିବା ପରେ ବେଦପାଠ, ଭାଗବତ ଗୀତାପାଠ, ଅଖଣ୍ଡ ନାମଯଜ୍ଞ କରାଯାଇଥିଲା  । ଦାସିଆ ପୀଠରେ ନୂତନ ବସ୍ତ ଲାଗି କରାଯାଇଥିଲା  । ପ୍ରଥା ଅନୁସାରେ ପୀଠ ତରଫରୁ ଭକ୍ତ ମାନଙ୍କୁ ଅରୁଆ ଚାଉଳରେ ଜାଉ, ଶାଗ  ସହିତ କାଞ୍ଜି ବିତରଣ କରାଯାଇଥିଲା  ।
ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive