ଶ୍ରୀ ଭାଗବତ ମହାପୁରାଣ କଥାଯଜ୍ଞ ଉଦଯାପିତ
ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ କବିତୀର୍ଥ ସାନପଦର ଗ୍ରାମବାସୀଙ୍କ ସହଯୋଗରେ ୭ ଦିନ ବ୍ୟାପୀ ଚାଲିଥିବା ଶ୍ରୀ ଭାଗବତ ମହାପୁରାଣ କଥାଯଜ୍ଞ ଉଦ୍ଯାପିତ ହୋଇ ଯାଇଛି । ଏହି ଭାଗବତ ମହାପୁରାଣ କାର୍ଯ୍ୟକ୍ରମରେ ପ୍ରବଚକ ନବୀନଜୀ ଯୋଗ ଦେଇ ପ୍ରତ୍ୟହ ସନ୍ଧ୍ୟାରେ ଭଗବାନ ଶ୍ରୀ କୃଷ୍ଣଙ୍କ ଚରିତ ଉପରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇଥିଲେ । ଉଦ୍ଯାପନୀ ସନ୍ଧ୍ୟାରେ ଭୁବନେଶ୍ୱର ପଞ୍ଚବଟୀ ସେବା ଟ୍ରଷ୍ଟର ଅଧ୍ୟକ୍ଷ ସଦାଶିବ ମିଶ୍ର,କଳିଙ୍ଗ ବିହାର ସତସଙ୍ଗ ସେବା ସମିତିର ନିର୍ଦ୍ଦେଶିକା ଜ୍ୟୋସ୍ନାମୟୀ ପଟ୍ଟନାୟକ ଓ ପଞ୍ଚବଟୀ ରଘୁନାଥ କ୍ଷେତ୍ରର ନିର୍ଦ୍ଦେଶିକା ସଞିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ଦ୍ୱାରା ମନୁଷ୍ୟ ସୁପଥଗାମୀ ହୋଇଥାଏ ବୋଲି ଯୋଗଦେଇଥିବା ଅତିଥି ମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକ ସଂଯୋଜନା କରିଥିବା ବେଳେ ବିଭୁ ପ୍ରସାଦ ସୁବୁଦ୍ଧି,ଅମ୍ବିକା ପ୍ରସାଦ ମହାନ୍ତି,ଗଗନ କୁମାର ସ୍ୱାଇଁ ଓ ପ୍ରଭାସ ଚନ୍ଦ୍ର ନାୟକ ପରିଚାଳନାରେ ସହଯୋଗ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା