ବେଗୁନିଆ---ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟ।।ବାଡ ଗ୍ରାମର ସନ୍ତୋଷ କୁମାର ଦାସ ପରିବାର ପୋଷଣ ପାଇଁ ଭୁବ ନେଶ୍ୱରରେ ଫଳ ଦୋକାନ କରିଛନ୍ତି । ତାଙ୍କର ସାନପୁଅ ରାଜେଶ ଖୋର୍ଦ୍ଧା ଜିଲ୍ଲା ହଳଦିଆ କଲେଜରେ +୨କଳା ବିଭାଗରେ ଅଧ୍ୟୟନ କରନ୍ତି । ତାଙ୍କର ପିଲାଦିନୁ ପ୍ରବଳ ଇଚ୍ଛାଶକ୍ତି ଓ ସାଙ୍ଗସାଥିଙ୍କ ସହଯୋଗରେ ସେ ଏକ ବ୍ୟାଟେରି ଚାଳିତ ସାଇକେଲ ନିର୍ମାଣ କରିଛନ୍ତି । ଯେଉଁ ବ୍ୟାଟେରୀ ଚାଳିତ ସାଇକେଲ ନିର୍ମାଣ ପାଇଁ ପ୍ରାୟ ଏକମାସ ସମୟ ଲାଗିଥିଲା । ସେ ଦୁଇ ଚକିଆ ଯାନର ୧୨ ଭୋଲଟ ବିଶିଷ୍ଟ ୨ଟି ବ୍ୟାଟେରୀ,୨୪ ଭୋଲଟ ମୋଟର, ହର୍ନ,ଡିସ ବ୍ରେକ,ଲାଇଟ,ଆକ୍ସିଲେଟର ଓ ଚାବି,ପାୱାର କଂଟ୍ରୋଲ ଯନ୍ତ୍ରାଂଶ ଲାଗିଛି । ଯେଉଁ ସାଇକେଲ ନିର୍ମାଣ କରାଯାଇଛି ତାହା ଥରେ ବ୍ୟାଟେରୀ ଚାର୍ଜ ହେଲେ ୨୫ ରୁ ୩୦ କିମି ଯାଇପାରିବ ବୋଲି ଦୃଢ ଭାବରେ ସନ୍ତୋଷ କହିଛି । ସରକାରଙ୍କ ପକ୍ଷରୁ ଯଦି ଆର୍ଥିକ ସହାୟତା ପ୍ରଦାନ କରାଯାଏ ତେବେ ସେ ଆଗାମୀ ଦିନରେ ଉନ୍ନତ ମାନର ବିଭିନ୍ନ ଯନ୍ତ୍ର ନିର୍ମାଣ କରିପାରନ୍ତା ବୋଲି କହିଛି । ଏହି ସଫଳତା ପାଇଁ ସେ ନିଜର ସାଙ୍ଗନାରାୟଣ ପୃଷ୍ଟି ଓ ଅନିଲ କୁମାର ପଣ୍ଡାଙ୍କୁ ଧନ୍ୟବାଦ ଦେଇଛି ।
 |
Beguni |
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା