 |
Sakhigopal |
ସାକ୍ଷୀଗୋପାଳ---- ଦିନ ଥିଲା ବ୍ରହ୍ମ କମଳ ଫୁଲ ଫୁଟିଛି ବୋଲି କହିଲେ ଲୋକଙ୍କର ଭିଡ ଲାଗୁଥିଲା । କାରଣ ଏହି ଫୁଲର ବାସ୍ନା ଅନ୍ୟ ଫୁଲ ଠାରୁ ନିଆରା । ଚନ୍ଦ୍ରଙ୍କ ଆଲୋକରେ ଫୁଲ ଫୁଟିଥାଏ । ଖରା ପଡିଲେ ଏହି ଫୁଲ ମଉଳି ଯାଇଥାଏ । ଏ ଫୁଲ ଫୁଟିବା ବା ଦେଖିବା ବହୁ କଷ୍ଟକର ଥିଲା । ଏବେ ଯେଉଁଠି ଦେଖିବ ସେଠାରେ ବ୍ରହ୍ମ କମଳ ଫୁଲ ଫୁଟୁଛି । ମାତ୍ର ସାକ୍ଷୀଗୋପାଳର ନରେନ୍ଦ୍ରପୁର ଗ୍ରାମର ବଳଭ୍ରଦ ମହାପାତ୍ରଙ୍କ ଅଗଣାରେ ଥିବା ବହ୍ମ କମଳ ଗଛଣି ବାତ୍ୟା ପରଠାରୁ ପ୍ରାୟ ୫୦ରୁ ଅଧିକ ଫୁଲ ଫୁଟିଲାଣି । ସପ୍ତାହକୁ ପ୍ରାୟ ୫ରୁ ୧୦ ଟି ଫୁଲ ଫୁଟୁଛି ବୋଲି ଜଣାପଡିଛି । ସୋମବାର ସଂଧ୍ୟାରେ ଦୁଇଟି ଫୁଲ ଫୁଟିଛି । ଏହି ଫୁଲ ବନପୁର ଛକରେ ଥିବା ମା ଲକ୍ଷ୍ମୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି