 |
Konark |
କୋଣାର୍କ-----ସ୍ୱର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାର ପ୍ରତିଷ୍ଠିତ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପଣ୍ଡିତ ରବିଶଙ୍କର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚଳିତ ମାସ ୧୩ତାରିଖରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶାର ବିଶିଷ୍ଟ ସୀତାରବାଦକ ପଣ୍ଡିତ ରବିଶଙ୍କର ପ୍ରଧାନଙ୍କୁ ୨୦୧୭ ମସିହା ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନିତ କରିଥିଲେ । ନାଟ୍ୟ ମଣ୍ଡପ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଡି. ମାଲେଶ୍ୱର ରାଓ, ଗୋଟିପୁଅ ନୃତ୍ୟଗୁରୁ ଜୟକୃଷ୍ଣ ନାୟକ, ନାଟ୍ୟମଣ୍ଡପର ଉପଦେଷ୍ଟା ତ୍ରୀବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ରନାଥ ବାହିନିପତି, ଦଶଭୁଜା ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ସେବେନ୍ଦ୍ର ଦାସ ଓ ବସନ୍ତ ପ୍ରଧାନ, ଭାଓଲିନ ଗୁରୁ ବାନାମ୍ବର ସ୍ୱାଇଁ, ଆଇନଜୀବୀ ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ତିତ ରହି ସୀତାରବାଦକ ପଣ୍ଡିତ ରବିଶଙ୍କରଙ୍କୁ ଏକ ସ୍ମୃତି ଫଳକ, ଉତ୍ତୋରୀୟ ଓ ପୁଷ୍ପଗୁଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ନାଟ୍ୟମଣ୍ଡପର ଛାରଛାତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ କେକ୍ କଟାଯାଇ ଖୁସି ମନାଯାଇଥିଲା । ସ୍ୱର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଜାମାତା ପଣ୍ଡିତ ରବିଶଙ୍କର ଅଲ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନର ‘ଏ’ ଗ୍ରେଡ ସିକୃତିପ୍ରାପ୍ତ କଳାକାର ଭାବେ ବର୍ତ୍ତମାନ ଆକାଶବାଣୀ କଟକରେ କାର୍ଯ୍ୟରତ । ଏହି ସମ୍ବର୍ଦ୍ଧନା ଉତ୍ସବକୁ ସ୍ୱର୍ଗତ ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ, କୋଣାର୍କ ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତି ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ଯୁଗ୍ମସମ୍ପାଦକ ଗୁରୁପଦ ବଳିଆରସିଂହ, ଜଟାଧାରୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ