 |
Puri |
ପୁରୀ ----- ପୁରୀ ମ୍ୟୁନିସିପାଲିଟିର ୫ଟି ସଫେଇ ଟାଟା ଏସି ଗାଡ଼ିକୁ ଜାତୀୟ ସଫେଇ କର୍ମଚାରୀ କମିସନ ମନୋହର ଭାଲ୍ଜିଭାଇ ଜାଲା ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବ ଭକ୍ତ ନିବାସ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜାତୀୟ କମିସନ୍ଙ୍କର ପ୍ରିନ୍ସପାଲ ପ୍ରାୟଭେଟ ସେକ୍ରେଟାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ, ସେକ୍ରେଟାରୀ ଶ୍ରୀ ନାରାୟଣ ଦାସ, ସଦସ୍ୟ ପୁରନ ସିଂ, ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ ବିଜୟ ଦାସ, ଶ୍ରୀ ମନ୍ଦିର ପ୍ରଶାସକ ଅଜୟ ଜେନା ଓ ଅତିରିକ୍ତ କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ ସରଜ କୁମାର ସ୍ଵାଇଁ ଏକ ସମେତ ମ୍ୟୁନିସିପାଲଟି କର୍ମଚାରୀ ମାନେ ଉପରିସ୍ଥ ଥିଲେ। ପୁରୀ ମ୍ୟୁନିସିପାଲିଟି ଅନ୍ତର୍ଗତ ପ୍ରାୟ ୪୮୦୦୦ ହଜାର ପରିବାର ନିକଟରୁ ପୃଥକିକୃତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ ନିମନ୍ତେ ୪୮ଟି ଟାଟା ଏସି ଗାଡ଼ି ଅଣାଯିବାର ଯୋଜନା ରହିଛି।ଏହି ଗାଡିରେ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ରଖିବା ପାଇଁ ଦୁଇଟି ପୃଥକ ସ୍ଥାନରେ ବ୍ୟବସ୍ଥା କରାଯାଇଛି।