Breaking News

ଭଟଲି ଶ୍ୟାମ ବାବାଙ୍କ ଜନ୍ମୋତ୍ସବ ପାଳିତ


 N Das
Baragarh 
ବରଗଡ଼----   ବରଗଡ଼ ଜିଲ୍ଲା ଭଟଲି ରେ ଶ୍ୟାମ ବିହାରୀ ମନ୍ଦିର ସମିତିର ଆନୁକୂଲ୍ୟରେ ଶ୍ୟାମ ବାବାଙ୍କ ଜନ୍ମୋତ୍ସଵ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି।ଶ୍ୟାମ ବାବାଙ୍କ ଜନ୍ମୋତ୍ସଵ ପାଇଁ ପ୍ରଥମେ ଭକ୍ତ ମାନଙ୍କ ଦ୍ୱାରା ବରଗଡ଼ର ସ୍ୱୟଂ ସିଦ୍ଧା ଭବନ ଭଜନ ସଂକୀର୍ତ୍ତନ ସହ ପୂଜାର୍ଚ୍ଚନା ହୋଇଥିଲା । ନିଶାନ ଝଣ୍ଡା ପଦଯାତ୍ରା ଆରମ୍ଭ ହୋଇ ହଜାର ହଜାର ଭକ୍ତଙ୍କ ସମାଗମରେ ଭଟଲି ଧାମ ଶ୍ୟାମ ବାବାଙ୍କ ଠାରେ ପହଞ୍ଚିଥିଲା । ଏହି ବିଶାଳ ଝଣ୍ଡା ଯାତ୍ରାରେ ମାନସିକ ଧାରୀମନେ ଆସି ନିଜ ନିଜର ଝଣ୍ଡା ସମର୍ପଣ ପରେ ପୂଜାର୍ଚ୍ଚନା ଓ ମଙ୍ଗଳ ପାଠ ଆରମ୍ଭ ହୋଇ ସନ୍ଧ୍ୟା ଆଳତି ହୋଇଥିଲା । ରାତି ୧୨ଟାରେ ଶ୍ୟାମ ବାବାଙ୍କ ଜନ୍ମତିଥି ଅବସରରେ କେକ କାଟି ଜନ୍ମୋତ୍ସଵକୁ ପାଳନ କରାଯାଇଥିଲା। ଏହି ଅବସରରେ ମାନସିକ ଧାରୀ ଶ୍ରଦ୍ଧାଲୁ ଭକ୍ତ ମାନେ ଶ୍ୟାମ ବାବାଙ୍କୁ ପୂଜାର୍ଚ୍ଚନା ସହ ଚୁରମା ଓ ବୁନ୍ଦି ଭୋଗ ସମର୍ପଣ କରିଥିଲେ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts