Breaking News

ଆହାର କେନ୍ଦ୍ର ପାଖରୁ ହଟିଲା ଦୋକାନ ବଜାର



N Das
baragarh
ଅତାବିରା ----  ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅଞ୍ଚଳରେ ଆହାର କେନ୍ଦ୍ର ପାଇଁ ଦୋକାନ ଉଚ୍ଛେଦ କରାଯାଇଛି ।  ସୁଚନା ଯୋଗ୍ୟ ଯେ ଅତାବିରା ଆହାର କେନ୍ଦ୍ରଟି ପ୍ରଥମେ ସରକାରୀ ଡାକ୍ତରଖାନାରେ ପରିସରରେ ଚାଲୁରହିଥିଲା। ପରେ ଏହା ପଶୁ ଡାକ୍ତର କାମନା ଅଫିସ ପରିସରକୁ ସ୍ଥାନାନ୍ତରିତ ହେଲା। ଏହି ସ୍ଥାନରେ ଦୋକାନୀମାନେ ବହୁ ପୂର୍ବରୁ ଦୋକାନକରି ନିଜର ଜୀବିକା ନିର୍ବାହ କରିଆସୁଥିଲେ। ଏପରିକି ଏନଏସି କତୃପକ୍ଷ ପ୍ରତିଦିନ ଏହି ଦୋକାନୀମାନଙ୍କ ଠାରୁ ମହାସୁର ବାବଦରେ ୧୦ଟଙ୍କା ଆଦାୟ କରେ । କୋୖଣସି ସୁଚନା ନ ଦେଇ  ଏନଏସି ଅଧିକାରୀ ଯୋରଜବରଦସ୍ତି ଉଚ୍ଛେଦ କରିଛନ୍ତି ବୋଲି ବ୍ୟବସାୟି ମାନେ କହନ୍ତି ।ଫଳରେ ସଂପୃକ୍ତ ବ୍ୟବସାୟୀମାନେ ନିଜର ଜୀବିକାହରାଇ ବେସାହାରା ହୋଇ ପଡିଛନ୍ତି। ଅନ୍ୟ ପକ୍ଷେ ମାସକ ଆଗରୁ ନୋଟିସ ଦିଆଯାଇଛି କହି ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ସଂପୂର୍ଣ୍ଣ କରିଛି। ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଥଇଥାନର ସୁବିଧା ତଥା ଆଶ୍ୱାସନା ମଧ୍ୟ ଦେଇ ନଥିବାବେଳେ ଓଲଟା ଏମାନଙ୍କୁ ପ୍ରଶାସନ ନାଲିଆଖି ଦେଖାଇଛି ବୋଲି ଅଭିଯୋଗ ମାନ ହୋଇଛି । ଗରିବ,ବେସାହାରା ତଥା ଜୀବିକା ହରାଇଥିବା ଏହି ବ୍ୟବସାୟୀମାନଙ୍କ କହିବାନୁଯାୟୀ,ଯଦି ପ୍ରଶାସନ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର  ନ କରନ୍ତି ତେବେ ସେମାନେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts