ପ୍ରଫୁଲ ଯୋଜନାରେ ,୧ହଜାର ଦିବ୍ୟାଙ୍ଗଙ୍କୁ ସହଯୋଗୀ ଉପକରଣ ବଣ୍ଟନ
ପୁରୀ------ ପୁରୀ ଫଣି ମହାବାତ୍ୟାରେ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ୧ହଜାର ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରି ୯୦ଦିନ ମଧ୍ୟରେ ସହଯୋଗୀ ଉପକରଣ ବାଣ୍ଟିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ। ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଫଣି ପରେ ବିଭିନ୍ନ ବ୍ଲକ ରେ ଅଦ୍ୟାବଧି ୧୦ ଟି ମେଗା କ୍ୟାମ୍ପ ଓ ଗୋଟିଏ ସହାୟତା ଉପକରଣ ଯୋଗାଣ କ୍ୟାମ୍ପ ର ଆୟୋଜନ କରିସାରିଛି । ବିଭିନ୍ନ ପର୍ଯ୍ୟାୟରେ ଏହି ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଉପକରଣ ସହିତ କୃତିମ ଅଙ୍ଗ ମଧ୍ୟ ବଣ୍ଟା ଯାଇଛି ।ସେଥି ମଧ୍ୟରୁ ୩୨୦ ଜଣଙ୍କୁ ହୁଇଲ ଚେୟାର,୧୭୦ ଜଣଙ୍କୁ ଟ୍ରାଏସାଇକେଲ ,୭୨ଜଣଙ୍କୁ ଆଶାବାଡ଼ି,୭୮ ଜଣଙ୍କୁ ଶ୍ରବଣ ଯନ୍ତ୍ର,୮୦ ଜଣ ଭିନକ୍ଷମ ଶିଶୁଙ୍କୁ ରୋଲେଟର ,୨୦୦ଜଣ ମସ୍ତିଷ୍କ ପକ୍ଷାଘାତ ଦିବ୍ୟାଙ୍ଗମାନଙ୍କୁ ସିପି ଚେୟାର ,୩୦ ଜଣଙ୍କୁ ଏମ ଅର କିଟ(MR kit)ଏବଂ ଅଙ୍ଗ ହାନି ଘଟିଥିବା ୫୦ ଜଣଙ୍କୁ କୃତିମ ଅଙ୍ଗ ବଣ୍ଟା ଯାଇଛି ବୋଲି ପୁରୀ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଯଦି କେହି ଗ୍ରାମାଞ୍ଚଳରେ ବାସ କରୁଥିବା ଦିବ୍ୟାଙ୍ଗ ଏହିସବୁ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି ତେବେ ସେମାନେ ନିଜ ଅଞ୍ଚଳ ର ବ୍ଲକ ସମାଜିଜ ସୁରକ୍ଷା ଅଧିକାରୀ,କିମ୍ବା ସହରାଞ୍ଚଳର ହୋଇଥିଲେ ମ୍ୟୁନିସିପାଲଟି କମ୍ୟୁନିଟି ଅର୍ଗାନାଇଜର ଙ୍କୁ ଦରଖାସ୍ତ କରିପାରିବେ ବୋଲି କହିଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ