ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ କେତକୀପାଟଣା କ୍ଳଷ୍ଟର ଅନ୍ତର୍ଗତ ଦୁବାଇପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସାମନ୍ତରା ସରକାରୀ କାର୍ଯ୍ୟରୁ ନିବୃତ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଜଗନ୍ନାଥ ଆଦର୍ଶ ସ୍ମୃତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ନଳିନ ଲୋଚନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ମହୁରା ସରପଞ୍ଚ ନିରଞ୍ଜନ ମହାରୀ ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ରବୀନ୍ଦ କୁମାର ଭୋଇ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ । ଏଥିରେ କେତକୀ ପାଟଣା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଲକ୍ଷ୍ମୀଧର ଚିନ୍ନାରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ସିଆରସିସି ସମିତା ମହାପାତ୍ର, ସିଆରସିସି ଗୋପିନାଥ ମିଶ୍ର ପ୍ରମୁଖ ଶତାଧିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ସଭାରେ ଶ୍ରୀ ସାମନ୍ତରାୟଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଜଣେ ଛାତ୍ର ଛାତ୍ରୀଙ୍କୁ ନିଜର ପୁଅଝିଅ ପରି ସ୍ନେହ ଦେଇ ଶିକ୍ଷା ଦାନ କରାଉଥିଲେ ବୋଲି ଅତିଥି ମାନେ କହିଥିଲେ । ଶିକ୍ଷକ ନୃସିଂହ ଚରଣ ଦାସ , ସବେଶ୍ୱର୍ଣ ସାହୁ, ବିଶ୍ୱଜିତି ପ୍ରଧାନ, ରମାକାନ୍ତ ସାହୁ, ଅରୁଣ କୁମାର ପ୍ରଧାନ ଆଦି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
sakhigopal news,
satyabadi news,
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
Head master farewell meeting |
satyabadi news,