Breaking News

ପ୍ରଶାସନ ଶୁଣିଲାନି ଗ୍ରାମର ପୁରାତନ ଛାତ୍ରମାନେ ପୋଖରୀ ସଫା କଲେ

sakhigopal news, satyabadi news, delang news,
Village pond clean by x student due to govt un-hearing 
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମରେ ବହୁଦିନ ହେବ ଜାଡୁମଲ୍ଲ ଠାକୁରାଣୀଙ୍କ ପୋଖରୀ କଳକତି ଦଳରେ ପରିପୂର୍ଣ୍ଣ ହୋଇ ପଡିଥିଲା  । ଯାହା ଫଳରେକି ଗ୍ରାମରେ ମଶା ମାନଙ୍କ ବଂଶ ବୃଦ୍ଧି ସହିତ ଉକ୍ତ ପୋଖରୀ ପାଣି ବ୍ୟବହାର ଅନୁପଯୋଗୀ ହୋଇପଡିଥିଲା  । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଗ୍ରାମ ବାସୀଙ୍କ ପକ୍ଷରୁ ଜଣାଇଥିଲେ ମଧ୍ୟ କେହି ଶୁଣିନଥିଲେ  । ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ପୁରାତନ ଛାତ୍ର ପ୍ରକାଶ କୁମାର ପ୍ରଧାନଙ୍କ ସହଯୋଗରେ ପୁରାତନ ଛାତ୍ର ମାନେ ଏକାଠି ହୋଇ ପୋଖରୀରୁ ଦଳ ସଫା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରଶାନ୍ତ ପରିଡା,ସୁବାସ ଚନ୍ଦ୍ର ପରିଡା, ସମୀର ଭୋଇ, ପବନା ଭୋଇ, ଭାଗରଥି ଭୋଇ, ଅଭିମନ୍ୟୁ ପରିଡା, ବିକ୍ରମ ପ୍ରଧାନ ପ୍ରମୁଖ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ  ।  ପରିବେଶ କର୍ମୀ ଶିକ୍ଷକ ମିଟୁ କିଶୋର ପ୍ରଧାନ ଏହି ସଫେଇ କାର୍ଯ୍ୟର ନେତୃତ୍ୱ ନେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
sakhigopal news, satyabadi news, Delanga news,

Blog Archive

Popular Posts