 |
Puri |
ପୁରୀ ----- ପ୍ରଫୁଲ ସହାୟତା ଯୋଜନା ରେ ପୁରୀ ପୌରାଞ୍ଚଳ ର ତିନିଗୋଟି କୁଷ୍ଠ ରୋଗମୁକ୍ତ ପରିବାରକୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତ ରାଶି ଯୋଗାଇ ଦିଆ ଯାଇଛି।ଏହି ଅର୍ଥ ସେମାନଙ୍କ ପରିବାର ଝିଅ ବିବାହ କାର୍ଯ୍ୟ ରେ ଲଗାଇବା ପାଇଁ ଅନୁଦାନ ଆକାର ରେ ଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ ଏହି ପ୍ରୋତ୍ସାହନ ରାଶି ପୁରୀ ପୌରାଞ୍ଚଳ ଜିବରାମ ପଲ୍ଲୀର ଯମୁନା ମିଶ୍ର,ପ୍ରମିଳା ସାହୁ ଓ କବିରାଜ ମହାକୁଡ଼ଙ୍କୁ ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ କୁଷ୍ଠ ରୋଗ ରେ ଆକ୍ରାନ୍ତ ପରିବାର କୁଷ୍ଠ ମୁକ୍ତ ହେବା ପରେ ନିଜ ପରିବାର ରେ ଥିବା ଝିଅ ବିବାହ କରିବା ପାଇଁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଯଦି କୌଣସି କୁଷ୍ଠ ରୋଗମୁକ୍ତ ପରିବାର ରେ ବିବାହ ଯୋଗ୍ୟ ଝିଅ ରହି ଥାଏ ତେବେ ଏବଂ ସେମାନେ ଏହି ପ୍ରୋତ୍ସାହନ ରାଶି ପାଇବାକୁ ଚାହୁଁଥାନ୍ତି ତେବେ ସେମାନେ ସିଧାସଳଖ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଯୋଗାଯୋଗ କରିପାରିବେ ବୋଲି ଡି. ଏସ. ଏସ .ଓ ତ୍ରିନାଥ ପାଢ଼ୀ ଜଣାଇଛନ୍ତି ।