ସାମୁଦ୍ରିକ ଝଡ ‘ବୁଲ୍ବୁଲ୍’ ମାଡିଆସୁଥିବା ଖବର ଶୁଣି ଲୋକେ ଆତଙ୍କିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ସୂଚନା
କୋଣାର୍କ----- ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନିଭୁତ ହୋଇ ମାଡିଆସୁଛି । ଘୂର୍ଣ୍ଣିବଳୟ ସାମୁଦ୍ରିକଝଡ ‘ବୁଲ୍ବୁଲ’ ଏବେ ଅବପାତର ରୂପ ନେଇ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଢ଼କୁ ମାଡିଯାସଉଥିବା ବେଳେ ଏହାରେ ପ୍ରଭାବରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ପ୍ରବାହିତ ହେବା ଖବର ଶୁଣି ଲୋକେ ଭୟରେ ଆତଙ୍କିତ କରୁଛନ୍ତି । ଏହି ସମୟରେ ଓଡିଶା ଉପକୂଳ ବର୍ତ୍ତି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସାଙ୍ଗକୁ ୮୦ରୁ ୧୨୦କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇଯାଇଛି । ଫଳରେ ସାମୁଦ୍ରିକ ଝଡ ‘ବୁଲ୍ବୁଲ’ ମାଡିଆସୁଥିବା ଖବର ଶୁଣି ଲୋକେ ନିଜ ଘର ପାଇଁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରେ ସାଇତିରଖୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ କି ଏବେ ବଜାରରେ ଖାଉଟି ସାମଗ୍ରୀର କୁତ୍ରିମ ଅଭାବ ଦେଖାଦେଇଛି । କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଉଛି । ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସମୁଦ୍ର ସ୍ନାନ ନ କରିବା ସମୁଦ୍ର ମଧ୍ୟକୁ ମତ୍ସଜୀବୀମାନଙ୍କୁ ନ ଯିବାପାଇଁ ସତର୍କ କରି ଦିଆଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ ଅଗ୍ନିଶମ, ଓଡ୍ରାଫ ଓ ସ୍ୱେଛାସେବୀମାନେ ସଜାଗ ରହିଛନ୍ତି । ଚନ୍ଦ୍ରଭାଗା ସ୍ଥିତ ନୋଲିଆ ସାହିର ବାସିନ୍ଦାମାନଙ୍କୁ ବାତ୍ୟାଆଶ୍ର ସ୍ଥଳିକୁ ଚାଲିଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ‘ବୁଲ୍ବୁଲ’ର ଆତଙ୍କ ଯୋଗୁଁ ବିଶ୍ୱ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଛି । ଆଜି ପ୍ରତ୍ୟୁଶରୁ ଆକାଶ ମେଘାଛନ ରହି ଥିବାବେଳେ କୋହଲା ପବନ ସାଙ୍ଗକୁ ବର୍ଷା ଲଗିରହିଛି । ଏହି ସମୟରେ ସମୁଦ୍ର ଅସାନ୍ତ ହୋଇ ସୁଉଚ୍ଚ ଜୁଆରମାନ କୂଳକୁ ମାଡି ଆସୁଛି । ଶୁକ୍ରବାର ସକାଳୁ ସବୁଦ୍ର ଅଶାନ୍ତ ହେବା ସହ ପବନ ବୋହିବା ଆରମ୍ଭ ହୋଇଯାଇଛି । ଏପରିକି ସବୁଆଡେ ଖାଁ ଖାଁ ଲାଗୁଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ