Breaking News

ଲିମ୍କା ବୁକ୍ ରେକର୍ଡ଼ରେ ୪ର୍ଥ ଥର ଲାଗି ନାମ ଦରଜ କରାଇଲେ ପେପରମ୍ୟାନ ଶଶାଙ୍କ

  ବରୀ---- ବରୀ ଅଂଚଳର କାହିଁକି ସମଗ୍ର ରାଜ୍ୟର ଗୌରବ ପୁଣି ବୃଦ୍ଧି କରିଛନ୍ତି ପେପରମ୍ୟାନ ଶଶାଙ୍କ ଶେଖର ଦାଶ  । ୪ର୍ଥ ଥର ଲାଗି ଲିମ୍କା ବୁକ୍ ଅଫ ରେକଡ଼ସ୍ରେ ନିଜର ନାମ ଦରଜ କରିବାକୁ ପେପରମ୍ୟାନ ଶଶାଙ୍କ ମନୋନୀତ ହୋଇଥିବା ଜଣାଯାଇଛି  । ଶଶାଙ୍କ ଶେଖର ଦାଶଙ୍କୁ ଲିମ୍କା ବୁକ୍ ଅଫ ରେକର୍ଡ଼ସ୍ ପକ୍ଷରୁ ଇ-ମେଲ ଯୋଗେ ଏହା ଜଣାଯାଇଛି  । ସର୍ବାଧିକ ବିଦେଶୀ ଖବରକାଗଜ ସଂଗ୍ରହ କରିପାରିଥିବାରୁ ଶ୍ରୀ ଦାଶଙ୍କୁ ଏହି ରେକର୍ଡ଼ ପ୍ରଦାନ କରାଯିବା ସହ ତାଙ୍କ ନାମ ଲିମ୍କା ରେକର୍ଡ଼ ବହି-୨୦୨୦ରେ ସ୍ଥାନିତ ହେବ ବୋଲି ଲିମ୍କା ବୁକ ଅଧିକାରୀ ଟ୍ରେସା ବେଞ୍ଜାମିନ ଜଣାଇଛନ୍ତି  ।  ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜର ନାମ ଲିମ୍କା ବୁକରେ ସ୍ଥାନିତ କରିଥିଲେ  । ତାଙ୍କ ବାପା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଦୋଳଗୋବିନ୍ଦ ଦାଶ ଏହା ଜାଣିବାପରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ଖୁବଶୀଘ୍ର ରାଜ୍ୟ ସରକାର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା କରିବେ ବୋଲି ଆଶା ପ୍ରକାଶ କରିଛନ୍ତି  ।  ସୂଚନାଯୋଗ୍ୟ ଶ୍ରୀ ଦାଶ ୨୦୦୧ ମସିହାରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ  ଇତିମଧ୍ୟରେ ଶଶାଙ୍କ ୧୦୬ଟି ଦେଶର ୯୧ଟି ଭାଷାର ୪୪୧୪ଟି ଖବରକାଗଜ ସଂଗ୍ରହ କରିଥିବାବେଳେ ଓ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦଠାରେ ନିଜ ବାପାଙ୍କ ନାମରେ “ଦୋଳଗାବିନ୍ଦ ନ୍ୟୁଜପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର” ପ୍ରତିଷ୍ଠା କରିଛନ୍ତି  । ଲିମ୍କା ବୁକ ରେକର୍ଡ଼ ଓ ଇଣ୍ଡିଆ ବୁକରେ ସ୍ଥାନ ପାଇଥିବା ପେପରମ୍ୟାନ ଶଶାଙ୍କ ଖୁବଶୀଘ୍ର ଗିନିଜ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି  ।
ବରୀ -ଦର୍ଶନ ବେହେରାଙ୍କ ରିପୋର୍ଟ
 D Behera
Bari

Blog Archive

Popular Posts