ମାଁ କୈଲାସୀ ଯାତ୍ରା ଅନୁଷ୍ଠିତ
ଅତାବିରା----- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଳୁଣ୍ଡା ଓ ବୁଗବୁଗା ପଞ୍ଚାୟତ ମାଁ କୈଲାସୀ ମହୋତ୍ସବରେ ଉତ୍ସବ ମୁଖର ହୋଇଉଠିଛି । କୁଳୁଣ୍ଡା ପଞ୍ଚାୟତର କୁଳୁଣ୍ଡା,ବୁଗବୁଗା ପଞ୍ଚାୟତର ବୁଗବୁଗା, ପତ୍ରାପାଲି, ଖଳିଆପାଲି ପ୍ରମୁଖ ଗାଁ ମାନଙ୍କରେ ମାଁ କୈଲାସୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୁଳୁଣ୍ଡା ମାଁ କୈଲାସୀ ଲୋକ ମହୋତ୍ସବରେ ମଞ୍ଚ ଦୁଲୁକିଲା। ଏହି ମହୋତ୍ସବରେ ଜନପ୍ରତିନିଧି ତଥା ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ବାଜା ବଜାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ସେହିପରି ଯୁଗାର ଯାତ୍ରା ଗାଁ ପରିକ୍ରମା କରି ମାଁ କୈଲାସୀ ଗୁଡିରେ ପହଞ୍ଚି ପୁଜାର୍ଚ୍ଚନା ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ଗଣନାଟ୍ୟ,ଲୋକ ମହୋତ୍ସବ,କୃଷ୍ନଗୁରୁ ପ୍ରମୁଖ ଅନୁଷ୍ଠିତ ହେଇଥିଲା। ମା କୈଲାସୀ ଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳାଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ