Breaking News

ଶ୍ରୀ ଅଚ୍ୟୁତ ସାହିତ୍ୟ ଗବେଷଣା ପରିଷଦର ଦ୍ୱିତୀୟ ବାର୍ଷିକ ଉତ୍ସବ

 J panda
Begunia
ଖୋର୍ଦ୍ଧା ---- ଭୁବନେଶ୍ୱର ଚକେଇସିଆଣି ସ୍ଥିତ ଶ୍ରୀ ଅଚ୍ୟୁତ ସାହିତ୍ୟ ଗବେଷଣା ପରିଷଦର ଦ୍ୱିତୀୟ  ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା  ଅନୁଷ୍ଠିତ ହୋଇ ଯାଇଛି । ରବିବାର ପୁର୍ବାହ୍ନରେ ପରିଷଦ ପରିସରରେ ସଭାପତି   ସ୍ତମ୍ଭକାର ଡଃ ନିରଞନ ପାଢୀଙ୍କ ପୌରୋହିତ୍ୟ କରିଥିଲେ  ।  ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସଭାରେ  ସଂଯୋଜନା କରିଥିଲେ  ।   ଉତ୍ସବରେ  ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ  ମୁଖ୍ୟ ଅତିଥି, ପ୍ରବଚକ ଡାକ୍ତର ତାରକା ପ୍ରସନ୍ନ ତ୍ରିପାଠୀ ମୁଖ୍ୟ ବକ୍ତା ଓ ଜାତୀୟସୂଚନା  ବିଜ୍ଞାନ କେନ୍ଦ୍ରର  ପୂର୍ବତନ ନିର୍ଦ୍ଦେଶକ ଡଃ ରବୀନ୍ଦ୍ର କୁମାର ବେହେରା ଓ ନେମାଳ ଗାଦିର ମହନ୍ତ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ  ।  ଶ୍ରୀ ଅଚ୍ୟୁତାନନ୍ଦ ଜଣେ ବିପ୍ଲବୀ କବି ଭାବେ ସାହିତ୍ୟ ମାଧ୍ୟମରେ ଏକ ଶ୍ରେଣୀ ବିହୀନ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସଭାର ପ୍ରାରମ୍ଭରେ ଶ୍ରୀ ଅଚ୍ୟୁତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ  ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀ ସ୍ୱ ରଚିତ ଆବାହନୀ ସଙ୍ଗୀତ ଗାନ କରିଥିଲେ । ପରିଷଦର ସମ୍ପାଦକ  ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ହରିହର କାନୁନଗୋ ପ୍ରାରମ୍ଭିକ ସୂୁଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ  ଶ୍ରୀ ଅଚ୍ୟୁତଙ୍କ ଅନୁଗାମୀ ଧ୍ୟାନକୁଦ ବାବା ଅରକ୍ଷିତ ଦାସଙ୍କୁ ଅଚ୍ୟୁତ ସାହିତ୍ୟ ଗବେଷଣା ପାଇଁ   ଅଚ୍ୟୁତ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ଅନୁଷ୍ଠାନର ମାଳିକା ବିଶେଷାଙ୍କ ‘’ପଦ୍ମ ବନର ସ୍ୱର’’କୁ  ଅତିଥିମାନେ ଉନ୍ମୋଚନ କରିଥିଲେ । ସଭାରେ ଉପସ୍ଥିତ ସାହିତ୍ୟିକ ସୁରେନ୍ଦ୍ର ମହାରଣା ,ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାଶ,ଧ୍ରୁତିଧର ଦାସ,ବନ ବିହାରୀ ନାୟକ,ବ୍ରହ୍ମାନନ୍ଦ ନାୟକ,ରତିକାନ୍ତ କାନୁନଗୋ,ମଧୁମିତା ପରିଡା,କଳ୍ପନା ଷଡଙ୍ଗୀ,ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ଓ ରେବତୀ ନାୟକ ପ୍ରମୁଖ ସନ୍ଥ ଅଚ୍ୟୁତଙ୍କ  ଗୁଣଗାନ କରିଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଉଦ୍ଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଡଃ ବିଭୟ ଚରଣ ରାଉତ ଧନ୍ୟବାଦ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts