Breaking News

ପିଠା ଯୋଜନା ଗଲା କୁଆଡେ; ଏବେ ପୁଣି ଖୋଜା ପଡିଛି

ବେଗୁନିଆ----ଗତ ସାଧାରଣ  ନିର୍ବାଚନ ପୂର୍ବରୁ  ରାଜ୍ୟ ସରକାରଙ୍କ  ପକ୍ଷରୁ  କାର୍ଯ୍ୟକାରୀ ହୋଇଥିବା ପିଠା ଯୋଜନାର  ଏବେ କେଉଁଠି ନାଁ ଗନ୍ଧ ନାହିଁ  । ଏହି କୌତୁହଳ ପୂର୍ଣ୍ଣ ସରକାରି କାର୍ଯ୍ୟକ୍ରମଟି  ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ ଏକ ପୃଷ୍ଠଭୂମି ଯୋଗାଇ ଦେଉଥିଲା । ଜନସାଧାରଣ,ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ନିୟମିତ  ଏକାଠି କରି ସେମାନଙ୍କୁ ପରସ୍ପର ନିକଟବର୍ତ୍ତି କରିବା ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ଥିଲା । ମହିଳାମାନଙ୍କ ସଶକ୍ତିକରଣ ,ଗ୍ରାମ୍ୟ କଳାକାର ମାନଙ୍କର ଦକ୍ଷତା ପ୍ରଦର୍ଶନ ପାଇଁ.ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ  ସରକାର ଏହାକୁ ଉପଯୋଗ କରି ନିଜ ଆଡକୁ ଟାଣିବାକୁ ସକ୍ଷମ ହେଉଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବରେ  ଗ୍ରାମ୍ୟ କଳାକାର ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମାସିକ  ୧୨ ଶହ ଟଙ୍କା ଲେଖାଏଁ କଳାକାର ଭତା ପ୍ରଦାନ କରାଯାଇଥିଲା  । କିନ୍ତୁ ନିର୍ବାଚନ ସରିବା ପରେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍ ହୋଇଥିବାର ଜଣା ପଡିଛି । ଏହା ପୁନଶ୍ଚ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକେ ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ଦାବି ହେଉଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts