Breaking News

ଭାଗ ଚାଷ କରିବାକୁ ଜମି ଦେଇ , ଜମି ହରାଇଲେ ମାଲିକ


 n das
Baragarh 
 ବରଗଡ଼------  ଜୋର ଯାର ମୂଳକତାର,ଏହାର ଏକ ଜ୍ୱଳନ୍ତ ଉଦାହରଣ ମିଳିଛି ବରଗଡ଼ ଜିଲ୍ଲା ଅମଳିପାଳି ପଞ୍ଚାୟତ ବାଟି ମୁଣ୍ଡା ଗାଁ ରେ। ସୂଚନା ମୁତାବକ ଏହି ଗାଁ ରେ ରହନ୍ତି ଧନଞ୍ଜୟ ବିଶ୍ବାଳଙ୍କ ପରିବାର। ତାଙ୍କର ସାଢ଼େ ୪ ଏକର ଜମିକୁ ଶ୍ରୀ ଏଙ୍କଟ ଆମ୍ପାନା ଭାଗ ଚାଷୀ  ଭାବରେ ଚାଷ କରିଆସୁଥିଲେ। କିନ୍ତୁ ଏହି ଭାଗଚାଷି ଜଣକ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଇ ଉକ୍ତ ଜମିକୁ ନିଜ ନାମରେ ପଟ୍ଟା କରାଇ ନେଇଥିବାର ଅଭିଯୋଗ ହୁଏ। ପୂର୍ବରୁ ମଧ୍ୟ ସେ ଅମଳିପାଳି ଅଞ୍ଚଳର ଅନ୍ୟ ମାନଙ୍କ ଜମିକୁ କଳକୌଶଳ କରି କେତେକ ସରକାରୀ ଅସାଧୁ କର୍ମଚାରୀଙ୍କ ସାଙ୍ଗରେ ହାତ ମିଳାଇ ନିଜ ନାମରେ  କରାଇ ନେଇଥିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ବର୍ଗତ ଧନଞ୍ଜୟ ବିଶ୍ବାଳଙ୍କ ଝିଅ ଝରଣା ବିଶ୍ୱାଳ ଓ ତାଙ୍କ ଭାଇ ବରାହକଟା ଗାଁ ର ଜୟ କିଶନ,  ଆନ୍ଦୋଳନର ସମ୍ପାଦକ ଶ୍ରୀ କିଶୋର ସାହୁ ଓ ତାଙ୍କ ସଦସ୍ୟ ମାନଙ୍କ ସାହାଯ୍ୟରେ ଅତାବିରା ତହସିଲଦାର ହୁଦାନନ୍ଦ ଅଡ୍ଡା ଙ୍କ ପାଖରେ ଅଭିଯୋଗ କରିବା ସହ ଧାରଣାରେ ମଧ୍ୟ ବସିଥିଲେ ।  ତହସିଲଦାର ପ୍ରତିଶୃତି  ଦେବାପରେ ଧାରଣାରୁ ଉଠିଥିଲେ ।  ଗତକାଲି ତହସିଲଦାର ସଦଳବଳେ ତଦନ୍ତ କରିବା ସମୟରେ ଶ୍ରୀ ଏଙ୍କଟ ଆମ୍ପାନା ତହସିଲଦାର ତଥା ଅଭିଯୋଗକାରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଳଜ କରିବାସହ ଧମକ ଦେଇଥିବାର ଅଭିଯୋଗ ହୁଏ। ଧମକ ଚମକ କୁ ଡରି ତହସିଲଦାର ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରି ସେଠାରୁ ଚାଲିଯାଇଥିଲେ।ଶେଷରେ ଅଭିଯୋଗକାରୀମାନେ ଅତାବିରା ଥାନାରେ ନିଜର ଅଭିଯୋଗ ଦାଖଲ କରିଛନ୍ତି।ଘଟଣାର ଅଭିଯୁକ୍ତ ମାନେ ତହସିଲଦାରଙ୍କ ସମ୍ବୁଖରେ ଅଭିଯୋଗକାରୀ ନାବାଳିକାଙ୍କୁ ଧମକ ଚମକ ଦେବା ସହ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଥିଲେ ମଧ୍ୟ ଖୋଦ ତହସିଲଦାର ଏହାର ସମାଧାନ ନ କରିବା ସହ କିମ୍ବା ଥାନାରେ ଅଭିଯୋଗ ନ କରିବା ଆଚାର୍ଯ୍ୟ କରିଛି । ଯାହାକି ତହସିଲଦାରଙ୍କ ଫେରିଯିବା ଘଟଣା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏନେଇ ଆମେ ତହସିଲଦାରଙ୍କୁ ପଚରିବାରୁ ନା ନା ସେମିତି କିଛି ହେଇନି।ମୋର ମିଟିଙ୍ଗ ଅଛି ପରେ କଥା ହେବା କହି ଚାଲିଯାଇଥିଲେ । ଏହି ହୋଉଛି ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ । ଜଣେ ମାଜିଷ୍ଟ୍ରେଟଙ୍କ ଆଗରେ ନାବାଳିକା ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଲୋକ ନାମରେ ଥାନାରେ ଅଭିଯୋଗ କ'ଣ ପାଇଁ କରାଗଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଖିବାକୁ ବାକି ରହିଲା ଜମି ଭାଗଚାଷ ପାଇଁ ଦେଇ ଏବଂ ଦାଣ୍ଡର ଭିକାରୀ ହୋଇଥିବା ପରିବାର ନ୍ୟାୟ ପାଉଛନ୍ତି ନା ନାହିଁ ତାହା ସମୟ ହିଁ କହିବ । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts