 |
Puri |
ପୁରୀ -----ପୁରୀ ଜିଲ୍ଲା ଟେନିସ ଆସୋସିଏସନ ଆନୁକୂଲ୍ୟରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ୨ଓ ୩ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉଭୟ ବାଳକ ଓ ବାଳିକା ଅଣ୍ଡର ୮ଓ ଅଣ୍ଡର ୧୦ ବର୍ଗରେ ଏହି ମ୍ୟାଚ ଅୟୋଜନ ହେବ। ପୁରୀ କ୍ଳବ ପରିସରରେ ଏହା ଅନୁଷ୍ଠିତ ହେବ। ପୁରୀ , ଖୋର୍ଦ୍ଧା, କଟକ , ବାଲେଶ୍ଵର , ବାରିପଦା , ରାଉରକେଲା, ବ୍ରହ୍ମପୁର ଆଦି ଜିଲ୍ଲାରୁ ୫୦ ରୁ ଅଧିକ ଖେଳାଳି ସାମିଲ ହେବେ। ପୁରୀ ଟେନିସ ଆସୋସିଏସନର ସଦସ୍ୟ ରୋଜା ପ୍ରିୟଦର୍ଶୀ , କୋଚ ସୁଶାନ୍ତ କୁମାର ଦାସ, ତପନ ମୁଖାର୍ଜୀ ଏକ ସାମ୍ବାଦିକ ସମିଳନୀ ରେ ଏହା ପ୍ରକାଶ କରିଛନ୍ତି । ଓଡ଼ିଶାର ଜୁନିୟର ସିନିଅର ଶ୍ରେଣୀ ର ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ଲିଟଲ ପିଲା ମାନଙ୍କ ର ମ୍ୟାଚ କେଉଁଠି ହେଉ ନହିଁ। ତେଣୁ ପୁରୀ ରେ ପ୍ରଥମ ଥର ପାଇଁ କୁନି କୁନି ପିଲାଙ୍କ ର ସ ବ ଜୁନିୟର ଲେବୁଲ ର ମ୍ୟାଚ ହେଉଛି। ସେଥିରେ ଅଲ ଇଣ୍ଡିଆ ଟେନିସ ଆସୋସିଏସନ ର ନିୟମ ଅନୁଯାୟୀ ଟ୍ରଫି ପ୍ରଦାନ କରାଯିବ। ଅଣ୍ଡର ୧୦ ରେ ନ କ ଆଉଟ ଟୁର୍ଣ୍ଣାମେଣ୍ଟ ରେ କରାଯାଉ ଥିବା ବେଳେ ଅଣ୍ଡର ୮ ରେ ରାଉଣ୍ଡ ରବିନ ମ୍ୟାଚ ହେବ। ଶେଷରେ ପଏଣ୍ଟ ଟପ ର କୁ ନେଇ ସେମି ଫାଇନାଲ ଓ ଫାଇନାଲ ହେବ ବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।