 |
puri |
ଗୋପ ---- -ଗତକାଲି ସନ୍ଧ୍ୟାରେ ଗୋପ ତହସିଲ ସମ୍ମୁଖ ରେ ଧାରଣା ଦେଲେ ଫନି ବାତ୍ୟା ବିପନ୍ନ ମାନେ । କ୍ଷୟ କ୍ଷତି ର ଆକଳନ ସଠିକ କରାଯାଇନଥିବା ଅଭିଯୋଗ କରି ଗୋପ କାର୍ଯାଳୟ ସମ୍ମୁଖ ରେ କାର୍ଯ୍ୟାଳୟ ଛୁଟି ହେବା ପୂର୍ବ ରୁ ଧାରଣା ଦେଇଥିଲେ । ବିପନ୍ନ ମାନେ ଧାରଣା ଦେବା ଫଳରେ କାର୍ଯ୍ୟାଳୟ ଭିତରେ ଥିବା କର୍ମଚାରୀ ମାନେ ଭିତରେ ଅଟକ ରହିଥିଲେ । ଖବର ପାଇ ଗୋପ ପୋଲିସ ତହସିଲ କାର୍ଯାଳୟ ରେ ପହଁଚି ଧାରଣା ରତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ଶୁଣି ନ ଥିଲେ ।ଦୀର୍ଘ ସମୟ ଧରି ବିପନ୍ନ ମାନେ ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ଲୋକ ମାନଙ୍କର ସମସ୍ୟା ସମାଧାନ ର ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା ।