ପୁରୀ ସ୍ୱର୍ଗ ଦ୍ୱାରର ରଙ୍ଗ ବଦଳିବ
ପୁରୀ ----- ବଦଳିବ ସ୍ୱର୍ଗଦ୍ୱାରର ରଙ୍ଗ ଓ ଚିତ୍ର । ପୁରୀ ସ୍ୱର୍ଗ ଦ୍ୱାର ହେବ ନବକଳେବର । ଖର୍ଚ୍ଚ ହେବ ପଞ୍ଚ କୋଟି ଟଙ୍କା । ହଟିବ ବିଜୁ ଙ୍କ ସମାଧି । ମୁଖ୍ୟମନ୍ତ୍ରୀ ଏବେ ସ୍ୱର୍ଗ ଦ୍ୱାରର ବିକାଶ ପାଇଁପ୍ରସ୍ତୁତ କରିଛନ୍ତି ନୁଆ ବ୍ଲୁପ୍ରିଣ୍ଟି । ଏଣିକି ସ୍ୱର୍ଗ ଦ୍ୱାରରେ ଶବ ବାହକ ଓ ଶବ ଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନୀକ ବ୍ୟବସ୍ଥା ରହିବ । ଶବ ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ । ଏହି ଉନତିମୁଳକ କାମ ପାଇଁ ସ୍ୱର୍ଗ ଦ୍ୱାରରେ ଥିବା ବିଜୁ ବାବୁଙ୍କ ସମାଧି ମଧ୍ୟ ହଟିବ । ଏହି କାର୍ଯ୍ୟ ଛମାସ ମଧ୍ୟ ରେ ଶେଷ କରିବା ପାଇଁ ନିର୍ଦେଶ ଦେଇଛିନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାବାତ୍ୟା ଫନି ରେ ସ୍ୱର୍ଗଦ୍ୱାର ବହୁଳ ଭାବେକ୍ଷତିଗ୍ରସ୍ତ ହୋଇଛି । ଗତ କାଲି ଲୋକସେବା ଭବନରେ ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ନିଷ୍ପତି ହୋଇଛି ସବୁ ଋତୁରେ କିଭଳି ସୁବିଧାରେ ଏଠାରେ ଶବଦାହ କାରିହେବ ସେ ନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ ।ଏଠାରେ ବ୍ୟପକ ବୃକ୍ଷରୋପ ସହ ଅସ୍ତି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ । ପ୍ରଥମ ପର୍ଯ୍ୟାୟରେ ପଞ୍ଚାକୋଟି ଟଙ୍କା ଖର୍ଚ୍ଚ କରାଯିବ ।ଫୋନିକ୍ସ ଫାଉଡେସନ ଏହାର ବିକାଶ କାମ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗ ଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ସେ ସବୁ ଏବେ ଓଡିଶାବସିଙ୍କ ସେବାରେ ଲାଗିବ ।