 |
Sakhigopal |
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ଭାବେ ବେଶ ପରିଚିତ ସତ୍ୟବାଦୀର ଅଁଳାନବମୀ ଯାତ୍ରା । ଯାତ୍ରା ଟି ସରସ ସୁନ୍ଦର ମୟ କରିବା ପାଇଁ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସମାନ୍ତରାୟ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଅଧିକାରୀ ମାନଙ୍କୁ ନେଇ ବ୍ଳୁପିଣ୍ଟ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ କେତକ ଅଧିକାରୀ ନିଜର ଫାଇଦା ଉଠାଇ ଚାଲିଛନ୍ତି । ସେମାନଙ୍କର ଲକ୍ଷ୍ୟ କିପିର ବିଧାୟକ ବଦନାମ ହେବେ ସେଥିପାଇଁ ବିରୋଧୀ ଦଳର ନେତାଙ୍କ ସହ ହାତ ମିଳାଇ କାର୍ଯ୍ୟ କରୁଥିବା ଆଲେଚନା ହେଉଛି । ବକୁଳବନ ପରିସରରେ ନାମକୁ ମାତ୍ର ବାଲି ପକାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିବା ଲକ୍ଷ୍ୟ ନେଇ କାମ କରାଯାଉଛି । ମିନା ବଜାର ତଥା ମୁକ୍ତାକାଶ ରଙ୍ଗମଞ୍ଚକୁ ଯିବା ବାଟରେ ପାଣି ପଙ୍କ ମୟ ଦୁର୍ଗନ୍ଦରେ ନାକ ଫାଟି ପଡୁଛି । ଏପରିକି ପଡିଆ ଯେପରି ବାଲି ଛିଞ୍ଚଯାଇଛି ସେହିପରି ଏହି ପାଣି ପଙ୍କ ଉପରେ ତୁରନ୍ତ ବାଲି ପକାଇବା ପାଇଁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି