Breaking News

ପ୍ରଫୁଲ୍ଲ ଭୀମଭୋଇ ସାମର୍ଥ ଶିବିର ଅଭିଯାନରେ ୯୦୩ ଦିବ୍ୟାଙ୍ଗ ଚିହ୍ନଟ


 D Senapati
Delang

ଡେଲାଙ୍ଗ----ଫଣି ପ୍ରପୀଡିତ ଦିବ୍ୟାଙ୍ଗ ମାନଙ୍କୁ ସହାୟତା କରିବା ପାଇଁ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରଫୁଲ ଯୋଜନା  । ଏହି ଅବସରରେ ଡେଲାଙ୍ଗ ଡଂପୁର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ପରିସରରେ ପ୍ରଫୁଲ୍ଲ ଯୋଜନା ରେ ଭିମଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ ପ୍ରଧାନ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ,ଓପ୍ରଫୁଲ୍ଲ ଯୋଜନା ଜିଲ୍ଲା ପରାମର୍ଶଦାତା ସିଦ୍ଧାର୍ଥ ରାୟ ଓ ବ୍ଲକ ସାମାଜ ମଙ୍ଗଳ ସୁରକ୍ଷା ଅଧିକାରୀ ତପନ କୁମାର ଦାସ  କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ  । ରାଜ୍ୟ ସରକାରଙ୍କ ଜିଲ୍ଲା ଭିନ୍ନକ୍ଷମ ଓ ସାମାଜିକ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା  ।  ବିଭିନ୍ନ ବିଭାଗର ସମୁଦାୟ ୯୦୩ଜଣ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଶ୍ରବଣ ବାଧିତ ୧୧୮ ଦୃଷ୍ଟି ବାଧିତ ୧୧୮,ମାନସିକ ଅଗ୍ରସର ୧୨୩,ଶାରିରିକ ଅକ୍ଷମ ୪୪୪ ଜଣଙ୍କୁ ବିଭାଗୀୟ ଡାକ୍ତରଙ୍କ ଦ୍ୱାରା ଚିହ୍ନଟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରି ଦଳ ବିଭିନ୍ନ ବିଭାଗରୁ ଆସି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିଥିଲେ । ଏହି ଅଂଚଳର ଶିକ୍ଷିତ ଓ ବେକାର ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରିବା ପାଇଁ ୭୦ଜଣ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯାଇ ବୈଷୟିକ ଶିକ୍ଷା ପାଇଁ ଚୟନ କରାଯାଇଛି ।  ପ୍ରମୁଖଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ  ଯସ୍ୱସିନି ଦାସ ଓ ସନ୍ତୋଷ  କୁମାର ବେହେରା ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ । ଆଭା ଅନୁଷ୍ଠାନ ପକ୍ଷରୁ ଡକ୍ଟର କ୍ଷେତ୍ରବାସୀ ପ୍ରଧାନ,ଦୁର୍ଯ୍ୟୋଧନ ପରିଡା ,ସୁଧୀର ଦାସ ପ୍ରମୁଖ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

       

Blog Archive

Popular Posts