ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମଜୟନ୍ତୀ ମହୋତ୍ସବ
ବରଗଡ଼---- ଅଭିନବ ପ୍ରୟାସରେ ପାଳିତ ହେଲା ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମଜୟନ୍ତୀ ମହୋତ୍ସବ । ବରଗଡ଼ ଜିଲ୍ଲା ଅତାବିରା ସତ୍ୟସାଇ ସେବା ସଦନ ପକ୍ଷରୁ ବାବାଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିବର୍ଷ ଭଳି ସତ୍ୟସାଇ ବାବାଙ୍କ ପୂଜାର୍ଚ୍ଚନା ଧୁମଧାମରେ କରାଯାଇଛି । ବାବାଙ୍କ ସଦସ୍ୟ ମାନେ ପୁଷ୍ପ,ଧୂପ,ଦ୍ୱୀପ ଓ ଆରତୀ କରିଥିଲେ । ଏହି ଅବସରରେ ବାବାଙ୍କର ୯୪ ତମ ଜୟନ୍ତୀ ରେ ୯୪ ଟି ଭଜନ ଅର୍ପଣ କରାଯାଇଥିଲା । ପରେ ସ୍ଥାନୀୟ ରେଲୱେ ଷ୍ଟେସନ ନିକଟସ୍ଥ କୁଷ୍ଠା ପଡାର ନାରାୟଣ ମାନଙ୍କୁ ଫଳ,ମିଷ୍ଟାନ୍ନ, ଅନ୍ନ ପ୍ରସାଦ ଓ ବସ୍ତ୍ର ଦାନ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା । ଏହି ଅବସରରେ ବାବାଙ୍କ ଜନ୍ମ ଜୟନ୍ତୀରେ ଶହ ଶହ ଭକ୍ତ ମାନଙ୍କ ଗହଣରେ କେକ ମଧ୍ୟ କଟାଯାଇ ପ୍ରସାଦ ଭାବରେ ବିତରଣ କରାଯାଇଥିଲା ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ