ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଫଳଚାରା ବଣ୍ଟନ
ସାକ୍ଷୀଗୋପାଳ ---- ଚଳିତ ବାତ୍ୟାରେ ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳରେ ବୃକ୍ଷରାଜ ଗୁଡିକ ଧରାଶାୟୀ ହୋଇଥିଲା । ଏହାକୁ ନଜର କରି କଟକ କନିକା ଅଞ୍ଚଳର ସବୁଜ ଶୁଭେଛା ଅନୁଷ୍ଠାନ ପକ୍ଷରୁ ସୋମବାର ବଳପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ଫଳଚାରା ବଣ୍ଟନ କରାଯାଇଛି । ବାତ୍ୟାରେ କ୍ଷତିଗସ୍ତ ବୃକ୍ଷ ରାଜିର ସବୁଜିମା ଫେରାଇ ଆଣିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷ ଓ ଅତିରିକ୍ତ ଶିକ୍ଷାଧିକାରୀ ଯୋଗ ଦେଇଥିଲେ । ୮ମ.୯ମ ଓ ଦଶମ ଶ୍ରେଣୀର ୨୫୦ ଜଣ ଛାତ୍ର ଛାତ୍ରୀଙ୍କୁ ପିଜୁଲି, ଲେମ୍ବୁ ଓ ସେପେଟା ଚାରା ବଣ୍ଟନ କରାଯାଇଥିଲା । ପିଲାମାନେ ନିଜ ଘର ବାଡି ବଗିଚାରେ ଏହି ଗଛ ଲଗାଇବା ସହ ଏହାର ଯନ୍ତ୍ର ନେବାକୁ ଶ୍ରୀ ଘୋଷ ପରାମର୍ଶ ଦେଇଥିଲେ । ଶିକ୍ଷକ ପ୍ରହଲ୍ଲାଦ ଜେନା, ବସନ୍ତ କୁମାର ମିଶ୍ର, ଅମୂଲ୍ୟ କୁମାର କର, ଫକିର ଚରଣ ବରାଳ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶାଂସ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
![]() |
Sakhigopal |