Breaking News

ପୁଜକ ଦୋଳଗୋବିନ୍ଦ ମାଝୀଙ୍କ ପରଲୋକ

ହାଟଡିହି-----ମୁଦୁଲିପଦା ଓ ବଣିଆରୀ ଗ୍ରାମର ମନ୍ଦିର ପୂଜକ ଦୋଳଗୋବିନ୍ଦ ମାଝୀଙ୍କ (୮୫) ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ମୁଦୁଲିପଦା, ବଣିଆରୀ ଗ୍ରାମର ଗ୍ରାମଦେବତୀ ମନ୍ଦିର, ମଙ୍ଗଳା ମନ୍ଦିର, ଥାନପତି ମନ୍ଦିରର ପୂଜକ ଭାବେ ଦୀର୍ଘବର୍ଷ ହେଲା ସେବା କରିଆସୁଥିଲେ । ତାଙ୍କ ପରଲୋକରେ ଦୁଇଟିଯାକ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ରମାକାନ୍ତ ସାହୁ, ଶତୃଘ୍ନ ମାଝୀ, ବିଦ୍ୟାଧର ସାହୁ, ମାୟାଧର ସାହୁ, ଗଣେଶ୍ୱର ମାଝୀ, ସୁରେଶ ସାହୁ, ଖଗେଶ୍ୱର ସାହୁ, ପରେଶ କୁମାର ସାହୁ, ନବଘନ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ମନମୋହନ ମୁଖାଗ୍ନି ଦେଇଥିବାବେଳେ ବନ୍ଧୁ ଓ ପରିବାରବର୍ଗ ସସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।
ହାଟଡିହିରୁ ବିକାଶ ବିଶ୍ୱାଳ 

Blog Archive

Popular Posts