ଅଁଳାନବମୀ ଯାତ୍ରା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ ----- ପବିତ୍ର ଅଁଳାନବମୀ ପର୍ବ ପାଇଁ ସତ୍ୟବାଦୀ ବ୍ଳକ ପ୍ରଶାସନ, ସ୍ୱେଚ୍ଛାସେବୀ, ବ୍ୟାଙ୍କରସ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତିର ସଭାଗୃହ ପରିସରରେ ଅନୁଷ୍ଠିତ ବୈଠକରେ ବିଡିଓ ସରୋଜ କୁମାର ଦତ୍ତ ଅଧ୍ୟକ୍ଷତା କରିଥିଲେ । ବୈଠକ ରେ ପାନୀୟ ଜଳ, ସଫେଇ, ଆଲୋକ କରଣ ଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା । ବ୍ଳକ ପ୍ରଶାସନ ପକ୍ଷରୁ ବିଭିନ୍ନ ଯାଗାରେ ଡଷ୍ଟବିନି ରଖାଯିବ । ସେ ଗୁଡିକ ଭତ୍ତି ହେଲେ ସଙ୍ଗେ ସଙ୍ଗେ ସ୍ୱେଚ୍ଚାସେବୀ ମାନେ ଉଠାଇ ନେବେ ବୋଲି ପ୍ରସ୍ତାବ କରାଯାଇଛି । ଯାତ୍ରାରେ ଖୋଲାରେ ବିକ୍ରୟ କରୁଥିବା ଖାଦ୍ୟ ସମାଗ୍ରୀ ଗୁଡିକ କଡା କଡି ଭାବେ ଯାଞ୍ଚ କରାଯିବ । ଯାତ୍ରାରେ ଯେପିର ପ୍ଳାଷ୍ଟିକ ଗ୍ଳାସ, ପଲିଥିନି ବ୍ୟବହାର ରୋକିବା ପାଇଁ ଉଦ୍ଦ୍ୟମ କରାଯିବ । ଜଳ ଯୋଗାଣ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ କରାଯିବା ପାଇଁ ବ୍ୟାଙ୍କର ମାନଙ୍କୁ ବିଡିଓ କହିଛନ୍ତି । ବିଜୁଯୁବ ବାହିନୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ସଫେଇ ଓ ସେବା କାର୍ଯ୍ୟରେ ନିୟୋଜିତ ରହିବେ । ବ୍ଳକ ପକ୍ଷରୁ ସ୍ୱତନ୍ତ ପ୍ୟାକେଜ ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି । ବ୍ଳକର କର୍ମଚାରୀ ମାନେ ଯାତ୍ରା ପାଇଁ ବିଭିନ୍ନ କାର୍ଯ୍ୟରେ ନିୟାଜିତ କରାଯିବ ବୋଲି ବିଡିଓ ଶ୍ରୀ ଦତ୍ତ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି