Breaking News

ଏଫ, ଏ. କ୍ୟୁ ଧାନର ମାନ ନିଦ୍ଧାରଣ ପାଇଁ ପ୍ରଶିକ୍ଷଣ ଶିବିର

 D Senapati
Sakhigopal 
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାରେ  ଖରିଫ ଧାନ କିଣା ପାଇଁ ଏଫ. ଏ. କ୍ୟୁ ମାନର ଧାନର ମାନ ନିଦ୍ଦାରଣ ପାଇଁ ସମବାୟ ସମିତିର ସମ୍ପାଦକ ଓ ଡାଟାଏଣ୍ଟି କର୍ମଚାରୀ ମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ଶିବିର ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ଆୟୋଜନ କରିଥିଲେ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି  । ଡେଲାଙ୍ଗ, କଣାସ ବ୍ଳକର ସମବାୟ ସମିତିର ସମ୍ପାଦକ ଓ ଡାଟାଏଣ୍ଟି କର୍ମଚାରୀ ମାନେ ତାଲିମ ଶିବିରରେ ଯୋଗଦେଇଥିଲେ  । ପୁରୀ ଜିଲ୍ଲାର  ସମବାୟ ସମିତିର ଡେପୁଟୀ ରେଜିଷ୍ଟର  ପ୍ରଶାନ୍ତ କୁମାର ଦାସ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦଘାଟନ କରି ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ଯୋଗଦେଇଥିବା ଶିବିରାର୍ଥୀ ମାନଙ୍କୁ କହିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଳକର ଯୋଗାଣ ନୀରିକ୍ଷିକା ଲିପିସା ରାଣି ରାଉତ, କ୍ୱାଲିଟି ଆନାଲିସିସି ଦୀପ୍ତି ବଳ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ, ସୁରେନ୍ଦ୍ର ଦିତ୍ତପ୍ରମୁଖ ଉପସ୍ଥିତ ରହିଥିଲେ  । ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ  । ସେହିପରି କ୍ୱାଲିଟ ଆନାଲିସିସି ଶ୍ରୀମତି ବଳ ମେସିନ ସାହାର୍ଯ୍ୟରେ ଏଫ, ଏ. କ୍ୟୁ ଧାନର ମାନ କିପରି ନିର୍ଦ୍ଦାରଣ କରାଯିବ ତାହା ପ୍ରଦର୍ଶନୀ ମାଧ୍ୟରେ ଦେଖାଇଥିଲେ  । ଏହା ସହିତ ଡିସିପ୍ଳେ ମାଧ୍ୟମରେ ଶିବିରାର୍ଥୀ ମାନଙ୍କୁ ରାଜ୍ୟ ସରକାର କରିଥିବା ନିୟମ ବୁଝା ଯାଇଥିଲା  । ଏପରିକି ଧାନ କିଣାର ୨୪ ଘଣ୍ଟା ମଧ୍ୟରେ ସମସ୍ତ ତଥ୍ୟ ଏଣ୍ଟି କରାଯିବ ନଚେତ ଉକ୍ତ ସମବାୟ ସମିତିର ଧାନ କିଣାରୁ ବଞ୍ଚିତ ହେବ ବୋଲି ଜଣାପଡିଛି । ସେହିପରି ୪୮ ଘଣ୍ଟା ମଦ୍ୟରେ ଧାନ କିଣୁଥିବା ମିଲର ମାନେ ସମସ୍ତ ତଥ୍ୟ ଜଣାଇବେ ନଚେତ ସେମାନେ ଧାନ କିଣାରୁ ବଞ୍ଚିତ ହେବେ ବୋଲି ଜଣାପଡିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Popular Posts