ଡେଲାଙ୍ଗ --- ଡେଲାଙ୍ଗ ବ୍ଳକର କ୍ୟାଣପୁର ଉଚ୍ଚ ବିଦ୍ୟାଳର ସ୍ୱବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଦ୍ୟାଳୟ ପରିସରରେ ତୃତୀୟ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦର ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱବର୍ଣ୍ଣ ଜୟନ୍ତୀ ପାଳନ ବାର୍ତ୍ତା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିସ୍ପତ୍ତି ହେବା ସହ ଏହାର ଦାୟତ୍ୱ ପ୍ରଦିପ୍ତ ପ୍ରଧାନ ଓ ପ୍ରଦୀପ ପ୍ରଧାନଙ୍କୁ ଦିଆଯାଇଛି । ସ୍ୱବର୍ଣ୍ଣ ଜୟନ୍ତୀ ଜାନୁଆରୀ ୧୦/୧୧/୧୨ ତାରିଖରେ ଅନୁଷ୍ଠିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଅଭ୍ୟର୍ଥନା ପରିଷଦ ଗଠନ କରାଯାଇ ଅତିଥି ଯୋଗାଯୋଗ ପାଇଁ ଦାୟତ୍ୱ ଦିଆଯାଇଛି । ବୈଠକରେ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ପ୍ରମୋଦ ପ୍ରଧାନ କହିଥିଲେ ବହୁ ଶ୍ରିଘ୍ର ଛାତ୍ର ଛାତ୍ରୀ ମାନଙ୍କର ଏକ ମହାମିଳନ ଅନୁଷ୍ଠିତ ହେବାକୁ ଯାଉଛି ବୋଲି କହିଥିଲେ । ମହୋତ୍ସବ କମିଟିର କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ଜେନା ଆୟବ୍ୟୟ ହିସାବ ରଖିବା ଦାୟତ୍ୱ ହସ୍ତାନ୍ତର କରାଯାଇଛି । ଆସନ୍ତା ୨୦ ତାରିଖ ବୁଧବାର ଦିନ ୧୧ ଘଟିକା ସମୟରେ ଉପଦେଷ୍ଠା କମିଟି ଓ ଅତିଥି ଅଭ୍ୟର୍ଥନା କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହେବ । ପ୍ରକାଶିତ ହେବାକୁ ଥିବା ମୁଖପତ୍ର ପାଇଁ ଆସନ୍ତା ୨୫ ତାିରଖ ମଧ୍ୟରେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି । ୨୪ ତାରିଖରେ ପରବର୍ତ୍ତୀ ବୈଠକ କରାଯିବା ପାଇଁ ନିସ୍ପତ୍ତି ନିଆଯାଇଛି । ସ୍ୱବର୍ଣ୍ଣ ଜୟନ୍ତୀ ମହୋତ୍ସବ କମିଟିର ଉପସଭାପତି ଲଡୁ କିଶୋର ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 |
Delang |